ଗଜପତି ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୌଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ଜିଲ୍ଲାସ୍ତରୀୟ ବୌଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି ବିଭିନ୍ନ ଥାନା ଅଞ୍ଚଳରେ କିପରି ଦୁର୍ଘଟଣା ସଂଖ୍ୟା କମିବ ଏବଂ ସେଥିପାଇଁ କେଉଁ ସବୁ ଦିଗ ଉପରେ ଧ୍ୟାନଦେବା ଆବଶ୍ୟକ ସେ ବିଷୟରେ କହିଥିଲେ । ମୁଖ୍ୟତଃ ଦୁର୍ଘଟଣା ବିଭିନ୍ନ କାରଣକୁ ନେଇ ଘଟିଥାଏ ଏବଂ ଏଥିପାଇଁ ଜନ ସାଧାରଣଙ୍କୁ ବହୁ ମାତ୍ରାରେ ସଚେତନ ମଧ୍ୟ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ଚଳିତ ମାସରେ ବିଭିନ୍ନ ସ୍ଥାନରେ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଯାନବାହାନ ଧରପଗଡ କରାଯାଇଥିବାର ସଭାରେ କୁହାଯାଇଥିଲା । ମୁଖ୍ୟତଃ ହେଲମେଟ, ଦ୍ରୁତଗାଡି ଚାଳନା, ମଦ ପିଇ ଗାଡି ଚଲାଇବା, ସିଟବେଲ୍ଟ ଇତ୍ୟାଦି ଉପରେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କାର୍ଯ୍ୟକରିବାପାଇଁ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ବିଭିନ୍ନ ସମୟରେ ଅନ୍ୟାନ୍ୟ ବହୁ କାରଣ ପାଇଁ ମଧ୍ୟ ଦୁର୍ଘଟଣା ଘଟିଥାଏ ତେଣୁ ସେଗୁଡିକୁ କିପିରି କମ କରାଯିବ ସେ ବିଷୟରେ ମଧ୍ୟ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଲୋକମାନଙ୍କୁ ସଚେତନ କରିବାପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ମାସରେ ସ୍କୁଲ ବସ ଏବଂ ଅଟୋ ଭଳି ବିଭିନ୍ନ ଯାନବାହାନ ଗୁଡିକ ଯେପରି ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି । ସେଥିପ୍ରତି ମଧ୍ୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତଥା ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ପ୍ରମୁଖଙ୍କ ସହ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତଥିଲେ । ତେବେ ଗତକାଲି ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମରେ ପାଖାପାଖି ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ ଜରିମାନା ଆଦାୟ କରାଯାଇଥିଲା । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଜିଲ୍ଲାର ରାସ୍ତାଘାଟ ପ୍ରଥମେ ସୁଧାରି ଜରିନାମା ଆଦାୟ କଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଥିଲା । ଏହା ସହ ଜିଲ୍ଲା ସଦର ମହକୁମାର ରାସ୍ତାଘାଟ ଅବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସାମ୍ବାଦିକମାନେ । ଏହାସହ ଗତକାଲି ଜରିମାନା ବାବଦରେ ୪ଲକ୍ଷ ୩୨ହଜାର ୩୫୦ଟଙ୍କା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କରାଯାଇଥିଲେ ମଧ୍ୟ ଖୋଦ୍ ଆଞ୍ଚଳିକ ପରିବହନ ଅଧିକାରୀ ବ୍ୟବହାର କରୁଥିବା ଗାଡିର କାଗଜପତ୍ର ଠିକ୍ ନାହିଁ ଏହାର ଫାଇନ୍ କିଏ ଭରିବ ବୋଲି ପ୍ରଶ୍ନ ହୋଇଥିଲେ ମଧ୍ୟ କେହି ଉତ୍ତର ରଖି ନଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ