ମମିତାଙ୍କୁ ନ୍ୟାୟ ଦାବିରେ ଭାଜପା ମହିଳାମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହର ହତ୍ୟା ଘଟଣାରେ ନ୍ୟାୟ ଦାବିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ପାରଳା ନଗର ପରିକ୍ରମା କରିବା ସହ ଘଟଣାରେ ସମ୍ପୃକ୍ତି ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ବିଭିନ୍ନ ସ୍ଲୋଗାନମାନ ଦିଆଯାଇଥିଲା । ମମିତା ହତ୍ୟାମାମଲାରେ ବିଜେଡି ସରକାର ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସୁରକ୍ଷା ବଳୟରେ ରଖିଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହି ଶୋଭାଯାତ୍ରାରେ ଜିଲ୍ଲା ମହିଳା ଭାଜପା ସଭାପତି ପି.ଲତାଙ୍କ ନେତୃତ୍ୱରେ ଶତାଧିକ ମହିଳା ଭାଜପା କର୍ମୀ ଯୋଗଦେଇଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ପୌରହିତ୍ୟରେ ହୋଇଥିଲା । ଏଥିରେ ଜିଲ୍ଲା ଭାଜପା ଉପସଭାପତି ଜଗନ୍ନାଥ ମହାପାତ୍ର, ଜିଲ୍ଲା ଭାଜପାର କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ କୁମାର ପାଳ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦିକା ଅରୁଣୀମା ସାହୁ, ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, ସମ୍ପାଦିକା କେ.ପୂଣ୍ୟବତୀ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ