ସଦର ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜେଡି କର୍ମୀ ଓ ନେତାଙ୍କ ପକ୍ଷରୁ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବାଲେଶ୍ୱରରେ ବି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଶେଷ ଦିବସରେ ବିଜୁ ଜନତା ଦଳ ସଦର ଶାଖା ପକ୍ଷରୁ ସ୍ଥାନୀୟ ଭେନ୍ୟା ପାରାଡ଼ାଇଜରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଶିବିରକୁ ଉଦଘାଟନ କରିଥିଲେ । ରକ୍ତର ଅଭାରରେ ଗୋଟିଏ ହେଲେ ଜୀବନ ନ ଯାଉ, ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସାକାର କରିବା ପାଇଁ ବିଜେଡିର ଯୁବକର୍ମୀଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଜୀବନବିନ୍ଦୁ ଓ ଓଡିଶା ମୋ ପରିବାରର ମିଳିତ ସହଯୋଗରେ ବର୍ଷ ତମାମ ଶିବିର ଆୟୋଜିତ ହେଉଥିଲେ ବି ଏହି ମେଗା ଶିବିର ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବିଜେଡ଼ି ଟାଉନ ସଭାପତି ସନତ ଦାସ, ବିଜେଡି ବ୍ଲକ ସଭାପତି ବସନ୍ତ ପଣ୍ଡା, ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଟାଉନ ମହିଳା ସଭାନେତ୍ରୀ ମୀନା ମହାନ୍ତି, ସଦର ବ୍ଲକ ମହିଳା ସଭାପତି ଲୀନା ସାହୁ, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ସଦର ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି, ରଞ୍ଜନ ବାଗ, ରଞ୍ଜନ ପ୍ରଧାନ, ଶକ୍ତିପଦ ରାୟ, ପଙ୍କଜ ଅଗ୍ରୱାଲ, ରାଜଲଷ୍ମୀ ଚାଟାର୍ଜୀ, ଆଶ୍ରିତା ତରେଇ, ମନୋଜ ରାଉତ, ରୁନା ଦାଶ, ମୋନାଲିସା ପାଣିଗ୍ରାହୀ, ଶାନ୍ତିଲତା ସାହୁ, ମୀନା ବିଶ୍ୱାଳ ପ୍ରମୁଖଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଏବଂ ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶିବର ଶେଷ ସୁଦ୍ଧା ମୋଟ ୪୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।


