ସାନଖେମୁଣ୍ଡି ରେ ବିଜେଡି କର୍ମୀ ବୈଠକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ୍ ବୁଧେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ବୁଧବାର ବିଜେଡି ର କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସାନଖେମୁଣ୍ଡି ପୂବର୍ତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଗଞ୍ଜାମ ଜିଲ୍ଲା ଯୁବ ସଭାପତି ଭବାନୀ କାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଡିଜିଟାଲ ସଭାପତି ସଭାପତି ଗଣେଷ ସାହୁ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ଏରେଣ୍ଡ୍ର l ସରପଞ୍ଚ ପ୍ରତିନିଧି ସହଦେଵ ପ୍ରଧାନ, ସନ୍ତୋଷ ବିଷୋୟୀ ଓମ୍ ସାହୁ , ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ଆଡ଼ପଡ଼ା ସରପଞ୍ଚ ନୀଳ ମାଧବ ରାଉତ ସୁବାଷ ମହାପାତ୍ର, ଅମିନ ପ୍ରଧାନ,ସୋମନାଥ ପାତ୍ର, ଶ୍ୟମା ପାତ୍ର, ଅଶୋକ ସାବତ, ଦୁର୍ଗା ନାହାକ,ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ l ଆସନ୍ତା ୬ ତାରିଖରେ ପୋଡାମାରି ପେଟ୍ରୋଲ ପମ୍ପ ନିକଟରେ ଗ୍ୟାସ୍ ଦର, ପେଟ୍ରୋଲ ଡିଜେଲ ଦର ବୃଦ୍ଧି କୁ ନେଇ ଭିକ୍ଷୋବ କରାଯିବା ନେଇ ନିଷ୍ପତି ନିଆଯାଇଥିଲା l


