ପୂର୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ରୁଦ୍ରାଭିଷେକ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଓଡିଶା ବ୍ରାହ୍ମଣ ମହାସଂଘ,ରାଇରଙ୍ଗପୁର ଶାଖା ତରଫରୁ ଏକ ରୁଦ୍ରାଭିଷେକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତଦସହ ସଂଘର ସଭାପତି ଗଣେଶ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ସମୟରେ ପୂଜକମାନେ କିଭଳି ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି ତାହାରି ଉପରେ ଆଲୋଚନା ହେବା ସହ ଦୁସ୍ଥ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତଙ୍କୂ ଅନୁରୋଧ କରାଯାଇଥିଲା । ପରେ ଆଗାମୀ ଫେବୃଆରୀ ମାସରେ ଏକ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ କରାଯିବ ବୋଲି ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ପରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ତାରାପଦ ପଣ୍ଡା(କଟି),କୋଷାଧ୍ୟକ୍ଷ ସୁଶାନ୍ତ ଶର୍ମା,ଜୟକୃଷ୍ନ ଦାସ,ଧୂଳିଆ ନନା,ରବି ନାରାୟଣ ହୋତା,ଟିକ ନନା,ହେମନ୍ତ ଶତପଥି,ପାର୍ଥ ଷଡଙ୍ଗୀ,ସଂଗ୍ରାମ ଷଡଙ୍ଗୀ,ବିଶେଶ୍ବର ପ୍ରହରାଜ,ତରୁଣ ନନ୍ଦ, ଈଶ୍ୱର ପ୍ରହରାଜଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ