କୋଣାର୍କରେ ମା ଶ୍ୟାମା କାଳୀଙ୍କ ପୂଜାର୍ଚ୍ଚନା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଏନଏସି ଅଧିନସ୍ଥ ୭ନଂ ଓ୍ବାର୍ଡ ଅନ୍ତର୍ଗତ ବାଣପଦା ଗ୍ରାମ ଠାରେ ଥିବା କାଳୀ ମନ୍ଦିର ଠାରେ ଜଗତଜନନୀ ମା ଶ୍ୟାମା କାଳୀଙ୍କ ପୂଜାର୍ଚ୍ଚନା ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ କାଳୀପୂଜା କମିଟି ଆନୁକୂଲ୍ୟରେ ପବିତ୍ର ଦୀପାବଳି ଅବସରରେ ଅନୁଷ୍ଠିତ ଏହି ପୂଜାର୍ଚ୍ଚନା କାର୍ଯ୍ୟରେ ପୂଜକ ଆଲୋକ ପାଢୀ, ମୁଖ୍ୟ ପଣ୍ଡିତ ବିଭୂପ୍ରସାଦ ରଥ, ଶିବସୁନ୍ଦର ଦାସ, ପଣ୍ଡିତ ରବିନ୍ଦ୍ର ଦ୍ଵିବେଦୀ ପ୍ରମୁଖ ମା ଶ୍ୟାମା କାଳୀଙ୍କ ନିକଟରେ ଚଣ୍ଡୀପାଠ, ହୋମାଦି କାର୍ଯ୍ୟକ୍ରମ, ପୂଜାର୍ଚ୍ଚନା ଓ ଯଜ୍ଞ ଆଦି କାର୍ଯ୍ୟ ଧାର୍ମିକ ପରମ୍ପରା ଓ ରୀତିନୀତି ଅନୁଯାୟୀ ସଂପାଦିତ କରିଥିଲେ। ଏହି ପୂଜାର୍ଚ୍ଚନା କାର୍ଯ୍ୟରେ କର୍ତା ଭାବେ ହରିହର ବିଶ୍ୟାଳ ଓ ନୃସିଂହ ବିଶ୍ୱାଳ ଦାୟିତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ କାଳୀପୂଜା କମିଟିର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ନୃସିଂହ ପ୍ରସାଦ ନାୟକ , ସୁଶାନ୍ତ କୁମାର ବେଉରା, ଅକ୍ଷୟ କୁମାର ମୁଦୁଲି, ପ୍ରିୟ ରଞ୍ଜନ ରଥ, କୁନାଲ ପାତ୍ର, ନିହାର ରଞ୍ଜନ ବେଉରା, ଅଜିତ ସ୍ୱାଇଁ ଓ କିଶନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ