୨୩ ତମ ରାଜ୍ୟସ୍ତରୀୟ ସିନିଅର ନେଟବଲ ପ୍ରତିଯୋଗିତା ଆରମ୍ଭ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ବାଣିପଦା ପଞ୍ଚାୟତ ରେ ଥିବା ଉତ୍କଳ ଇଣ୍ଟାରନେସନାଲ ସ୍କୁଲ ପରିସରରରେ ଆରମ୍ଭ ହୋଇଛି ୨୩ ତମ ରାଜ୍ୟସ୍ତରୀୟ ନେଟବଲ ପ୍ରତିଯୋଗିତା। ରାଜ୍ୟର ୨୫ ଟି ଜିଲ୍ଲା ରୁ ପାଖାପାଖି ୩୦୦ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ତୀର୍ଥIନନ୍ଦ ସୁବୁଦ୍ଧିରାୟ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଉତ୍କଳ ଇଣ୍ଟାରନେସନାଲ ସ୍କୁଲର ଭିତିଭୂମି କୁ ନେଇ ନେଟବଲ ସଂଘ ତଥା ପ୍ରତିଯୋଗୀ ମାନେ ଉଚପ୍ରଶଂସା କରିଥିଲେ। ପ୍ରତିଯୋଗିତା ପୂର୍ବରୁ ଅନୁଷ୍ଠିତ ସଭାରେ ସ୍କୁଲର ଚେୟାରମ୍ୟାନ ଗଣେଶ ପ୍ରସାଦ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସଂମାନିତ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତା ନଭେମ୍ବର ୭ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ରେ ଶେଷ ହେବ ବୋଲି ନେଟବଲ ସଂଘର ସମ୍ପାଦକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ