ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍ଲାର ଓ ଗିରଫ ଦାବି ବିଜେପି ପକ୍ଷରୁ ଥାନାରେ ଏଫଆଇଆର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି । ମମିତାଙ୍କ ହତ୍ୟାକାଣ୍ଡ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର କି ପୋଲିସ ପକ୍ଷରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଦୋଷୀକୁ ଘଂଟ ଘୋଡାଉ ଥିବା ରାଜ୍ୟ ସରକାର ଓ ପୋଲିସଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ସମାଲୋଚନା କରାଯିବା ସହିତ ଏହି ହତ୍ୟାକାଣ୍ଡକୁ ଦୃଢ ଭାବରେ ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତତ୍ୱରେ ଶନିବାର ବିଜେପି କର୍ମୀମାନେ କୋକିଢିଅସ୍ଥିତ ଇଛାମା ମଣ୍ଡପ ନିକଟରୁ ଏକ ଶୋଭାଯାତ୍ରାରେ ଆସି ନାଉଗାଁ ଥାନାରେ ପହଁଚିଥିଲେ । ସେଠାରେ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଥିଲେ । ଉକ୍ତ ଅଭିଯୋଗପତ୍ର ଏସଡିପିଓ ରମେଶ ଚନ୍ଦ୍ର ସିଂଙ୍କ ଉପସ୍ଥିତରେ ଥାନା ଏସଆଇ ବିଭୁତି କୁମାର ବିଶ୍ୱାଳ ଗ୍ରହଣ କରିଥିଲେ । ଜିଲ୍ଲା ସଭାପତି ଶ୍ରୀ ମହାପାତ୍ରଙ୍କ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ପ୍ରତାପ କୁମାର ମିଶ୍ର, ଗଣେଶ ପ୍ରସାଦ ମହାନ୍ତି, ମଣ୍ଡଳ ସଭାପତି ନିଲୁରାମ ଜେନା, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ବିଜୟ ଦାସ, ପବିତ୍ର କୁମାର ପଣ୍ଡା, କୃଷ୍ଣଚନ୍ଦ୍ର ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭିକାରି ସ୍ୱାଇଁ, ତପନ ପଣ୍ଡାଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ