ମମିତା ମେହେର ମୃତ୍ୟୁ ଘଟଣାରେ ବିଜେପି ପକ୍ଷରୁ ମୋହନା ନିର୍ବାଚନ ମଣ୍ଡଳୀରେ ବନ୍ଦ ସଫଳ
ମୋହନା, (ଅଂଶୁମାନ ପଣ୍ଡା):ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବରେ ମୋହନା ବ୍ଲକର ,ଅଡ଼ବା,ଚନ୍ଦ୍ରଗିରି, ଚାନ୍ଦିପୁଟ, ଶିକୁଳିପଦର, , ପାଣିଗଣ୍ଡା, ଭଳି ଅନେକ ଗ୍ରାମରେ ଦୋକାନ ବଜାର ବନ୍ଦ ରହିଥିବା ସହ ପାଣିଗଣ୍ଡା ଓ ଚାନ୍ଦିପୁଟ ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରାଯାଇଥିଲା।ବିଜେପି କର୍ମୀମାନଙ୍କ ପକ୍ଷରୁ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରାଯାଇଚ୍ଛ।।ସକାଳୁ ୬ଟାରୁ ବ୍ଲକର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ ସହ ନାରାବାଜି କରୁଥିବାର ପରିଲକ୍ଷିତ ହୋଇଛି। ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି।ବନ୍ଦର ପ୍ରଭାବରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଯାତ୍ରୀବାହୀ ଯାନବାହନ ସେବା ଠପ ହୋଇଯାଇଛି। ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ୟବସାୟିକ ଅନୁଷ୍ଠାନ,, ଶିକ୍ଷା ଅନୁଷ୍ଠାନ, ଓ ବେସରକାରୀ ଅନୁଷ୍ଠ।ନ ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଥିଲା। କେବଳ ଔଷଧ ଦୋକାନ, ଓ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଏହି ବନ୍ଦ ପାଳନ କାର୍ଯ୍ୟକ୍ରମରେ ମୋହନା ମଣ୍ଡଳ ସଭାପତି ସତ୍ୟ ଦଣ୍ଡସେନା, ସମ୍ପାଦକ ଓକିଲ ପ୍ରଭାତ ପାତ୍ର, କୋଷାଧ୍ଯକ୍ଷ ସୁଧୁର ପାଇକ, ଜିଲ୍ଲା ପରିଷଦ ଅଧକ୍ଷା ଅନିତା ରାଣୀ ବେହେରା, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲିକ,,ରାଜ୍ୟ କାର୍ଯ୍ୟ କାରିଣୀ ସଦଶ୍ୟ ବାପୁନି ସୁଆର, ଶିଵ ମହାଙ୍କୁଡ଼,ମନୋଜ ସାହୁ, ବ୍ରହ୍ମାଶଙ୍କର ସାହୁ, ସୁକଦେଵ ମଳିକ,ସଞ୍ଜୟ ବେହଦଳାଇ,,ରମାକାନ୍ତ ରଣହୁଣ୍ଡଳ, ,ରଜନୀକାନ୍ତ ପ୍ରଧାନୀ, ଉମା ବେହେରା, ଏନ୍ଡି ରାମା ରାଓଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ବିଜେପି କାର୍ଯକର୍ତ୍ତା ଓ କର୍ମୀ ଉପସ୍ଥିତ ରହିଥିବା ଦେଖିବକୁ ମିଳିଛି। ଆଇଶୃଙ୍ଖଳାକୁ ଦୃଷ୍ଟିରେ ରଖି ମୋହନା, ଅଡ଼ବା, ରା,.ଉଦୟଗିରି ଥାନା ଅଧିକାରୀ ସୁଜିତ କୁମାର ନାୟକ, ଆନନ୍ଦ ଚନ୍ଦ୍ର ପାତ୍ର,ରବିନ୍ଦ୍ର ପଣ୍ଡା, ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତ୍ୟେକ ଛକରେ ପୋଲିସ ମୃତୟନ ରହିଥିଲେ।ଆପ୍ରିତୀକର ପରିସ୍ଥିତି ସୃଷ୍ଟି ନହୋଇ ଶାନ୍ତି ଶୁଙ୍ଗଳାର ସହ ବନ୍ଦ ସଫଳ ହୋଇଥିଲା।


