ଛଅବର୍ଷ ପରେ କ୍ରାଇମବ୍ରାଞ୍ଚ ପୁଣି ଲେଉଟିଲା

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉମ୍ବୁରିଧର୍ମଶରଣ ପୁର ଠାରେ ଗତ ୨୦୧୪ ମସିହା ଅଗଷ୍ଟ ମାସ ଚାରି ତାରିଖରେ ହୋଇଥିବା କଲେଜ ଛାତ୍ରୀ କିରଣୀ ପ୍ରଧାନ ଧର୍ଷଣ ଓ ହତ୍ୟା  ଘଟଣାକୁ ଆଠ ବର୍ଷ ବିତିଯାଇଛି । ସେହି ସମୟରେ ଘଟଣାର ସମ୍ବେଦନଶୀଳତା ଓ ଜନସାଧାରଣ ଓ କଲେଜ ଛାତ୍ର ଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ରାଜ୍ୟସରକାର ମାମଲାର ତଦନ୍ତ ଦ୍ବାଇତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ସେହି ଲୋମହର୍ଷଣକାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଓ ପୋଲିସ ହତ୍ୟାକାରୀ ଅସାମୀର ନିକଟତର ହେବା ପାଇଁ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ହାତ ଖାଲି । ଘଟଣାର ଦୁଇ ବର୍ଷ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପୋଲିସ ଆସି ତଦନ୍ତ କରି ଚୁପ ବସିଥିବା ବେଳେ, ଆଜି ହଟାତ ଛଅ ବର୍ଷ ପରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ ପୁଣି ଲେଉଟିଛନ୍ତି । ଆଜି ଯୁଡିଏସ ପୁର ପଞ୍ଚାୟତର ବ୍ରଜକଟ ପଥର କୁଆଁରୀ ନିକଟରେ ଧର୍ଷଣ ଓ ହତ୍ୟା ଘଟିଥିବା ଘଟଣା ସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କାରିଥିଲେ । ସେହି ସମୟରେ ଯେଉଁମାନଙ୍କୁ ଜେରା କରିଥିଲେ , ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜେରା କରି ଫେରିଥିବା ଜଣାପଡିଛି। ଅନ୍ୟପଟେ କେବଳ ଏ ବିଭତ୍ସ ଘଟଣା ସ୍ମୃତି ହୋଇ ଏପର୍ଯ୍ୟନ୍ତ ତାଜା ରହିଛି। ଏହି ଘଟଣାକୁ ମନେ ପକାଇବା ପାଇଁ ଗାଁ ଲୋକେ ବର୍ତ୍ତମାନ କହୁଛନ୍ତି, ତଦନ୍ତ ଦ୍ବାଇତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେବା ପରେ ପ୍ରଥମେ, ପ୍ରଥମେ ତଦନ୍ତ ଜୋରସାର ଚାଲିଲା। ପରବର୍ତ୍ତୀ ସମୟରେ ଥଣ୍ଡାପଡ଼ିଯାଇଥିଲା। ତଦନ୍ତ କାରୀ ପୋଲିସ, ଗାଁ ସମସ୍ତ ଲୋକେ ଭଲଭାବେ ଜାଣିଛନ୍ତି ଯେ, ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତି କିଏ। ଯେଉଁ ମାନେ ସମ୍ପୃକ୍ତି ସେମାନେ ପ୍ରଭାବଶାଳୀ ହୋଇଥିବାରୁ ଏହି କଥା ଜାଣିବା ପରେ ତଦନ୍ତ ଆଗକୁ ଯାଇପାରିନଥିଲା । ସୂଚନାଯୋଗ୍ୟ , ଗଞ୍ଜାମ ବ୍ଲକ ଅନ୍ତର୍ଗତ ଯୁଡିଏସ ପୁର ପଞ୍ଚାୟତର ଉମ୍ବୁରି ଧର୍ମଶରଣପୁର ଗ୍ରାମର ଝିଅ ତଥା ସହିଦ ଭଗବତ ସିଂହ ମହାବିଦ୍ୟାଳୟର ଯୁକ୍ତ ଦୁଇ ପାଠପଢ଼ୁଥିବା ଛାତ୍ରୀ ତଥା ଅନାଥ ଝିଅ କିରଣି ନିଜ ପିଉସା ଘର ଉମ୍ବୁରି ଧର୍ମସରଣ ପୁର ଗ୍ରାମରେ ରହୁଥିଲେ। ଘଟଣା ଦିନ ସେ ବିଲରେ କାମ କରୁଥିବା ନିଜ ପିଉସୀ ଓ ଭଉଣୀଙ୍କୁ ଖାଇବା ଦେଇ ଘରକୁ ଫେରିବା ବେଳେ ବ୍ରଜକୋଟ ବାଲି ପୀଠ ଠାରେ କିରଣୀକୁ ଜୋରଜବରଦସ୍ତ ଉଠାଇ ନେଇଥିଲେ ଅଭିଯୁକ୍ତ ମାନେ । ନିକଟସ୍ଥ କାଜୁ ଜଙ୍ଗଲରେ ଧର୍ଷଣ କରିବା ପରେ ତାକୁ ବିଭତ୍ସ ଭାବେ ହତ୍ୟା କରି ଏକ କ୍ବାରିନିକଟ କାଜୁ ଜଙ୍ଗଲ ବୁଦା ନିକଟରେ ଫିଙ୍ଗି ଦେଇଥିଲେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ , ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଓ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଆନ୍ଦୋଳନ ଅଣଆୟତ୍ତ ଆଡକୁ ଗତି କରୁଥିବା ଦେଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଜଣେ ଡିଏସପି ଙ୍କ ନେତୃତ୍ୱରେ ପାଞ୍ଚଜଣିଆ ଟିମ ଘଟଣା ସ୍ଥଳ, ପିଡିତାଙ୍କ ପରିବାର, , ଗାଁକୁ ବାରମ୍ବାର ଗ୍ରସ୍ତ କରି ସମସ୍ତଙ୍କ ବୟାନ ରେକର୍ଡ କରିଥିଲେ । ପରବର୍ତ୍ତୀ ସମୟରେ ତଦନ୍ତ ଆଉ ଆଉ ଆଗକୁ ବଢିପାରିନଥିଲା । ଏହା ମଧ୍ୟରେ ଭଉଣୀ କୁ ନ୍ୟାୟ ଦେବା ପାଇଁଜିଲ୍ଲା ପ୍ରଶାସନ ଠାରୁ ଆରମ୍ବ କରି ପୋଲିସ ପ୍ରଶାସନ, କ୍ରାଇମବ୍ରାଞ୍ଚ ଅଫିସ, ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟକୁ ଦୌଡୁଥିବା ମୃତ କିରଣୀର ଭଉଣୀ ଶେଷରେ ଆଖିବୁଜିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ