ବିଧାୟକଙ୍କ ବିଷ୍ଣୁଚକ୍ର ଗ୍ରାମରେ ଲୋକଙ୍କ ସହ ଆଲୋଚନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ଜନସାଧାରଣଙ୍କ ସହ ନଭେମ୍ବର ୧୦ ତାରିଖ ଅପରାହ୍ନରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗ୍ରାମର ଅଭାବ ଅସୁବିଧା ନେଇ ଆଲୋଚନା କରିଛନ୍ତି। ଗ୍ରାମର କେତକ ଆବଶ୍ୟକ ଯୋଜନା ବିଷୟରେ ଜନସାଧାରଣ ପ୍ରସ୍ତାବ ଦେଇଥିବା ବେଳେ ସେହି ବିଷୟରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଜନସାଧାରଣ ବାଲିଘାଟରେ ଚାଲିଥିବା ବେଆଇନ କାର୍ଯ୍ୟ ବିଷୟ ନେଇ ଅଭିଯୋଗ କରିଥିଲେ। ହାଟାଚି ଲଗାଇ ନଦୀରୁ ବାଲିଉଠାଇବା ଦ୍ୱାରା ବର୍ଷା ଦିନେ ଗ୍ରାମପ୍ରତି ଭୟ ଥିବା ପ୍ରକାଶ କରିଥିଲେ। ଦୈନିକ ବାଲି ଉଠାଣ ଠାରୁ ଯଥେଷ୍ଟ ଅଧିକ ପରିମାଣ ବାଲି ହାଟାଚି ଦ୍ୱରା ଉଠାଇ ରାଜସ୍ୱ ଠାକୁଥିବା ବେଳେ ଭବିଷ୍ୟତରେ ଅଞ୍ଚଳବାସୀଙ୍କୁ ନିର୍ମାଣ କାର୍ଯ୍ୟ ପାଇଁ ବାଲି ମିଳିବ ନାହିଁ ବୋଲି ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ସାହୁ ତହସିଲଦାର ଓ ଆଇଆଇସି ଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। ଆଲୋଚନାରେ ସ୍ଥାନୀୟ ସରପଞ୍ଚ ବିଜୁଳି ନାୟକ, ସମିତିସଭ୍ୟା ପ୍ରତିନିଧି ବିକ୍ରମ ଜେନା, କାଳୀ ଚରଣ ପରିଡା, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଭୋଳଙ୍କ ସମେତ ଗ୍ରାମର ବହୁ ଲୋକ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ