ଲକ୍ଷ୍ମୀନାରାୟଣ ଭଜନ ମଣ୍ଡଳୀ ତରଫରୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ସହରରେ ଥିବା ଲକ୍ଷ୍ମୀନାରାୟଣ ଭଜନ ମଣ୍ଡଳୀ ପକ୍ଷରୁ ଅଖଣ୍ଡ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବମୀ ତିଥିରୁ ଆରମ୍ଭ ହୋଇ ଏକାଦଶୀରେ ଏହା ସରିଥିବା ବେଳେ କାଶୀନଗର ସମେତ ଲବା, ସାରା, ଗାଇବା, ଖାଣ୍ଡବା, କେ.ସୀତାପରୁ ଓ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର ସିରିସୋଡାରୁ ଆସିଥିବା କୀର୍ତ୍ତନ ଦଳ ଏଥିରେ ଭାଗ ନେଇଛନ୍ତି । ଲକ୍ଷ୍ମୀନାରାୟଣ ଭଜନ ମଣ୍ଡଳୀର କର୍ମକର୍ତ୍ତା ଦୁଃଖୀଶ୍ୟାମ ଲେଙ୍କାଙ୍କ କହିବା ଅନୁଯାୟୀ ଦୀର୍ଘ ୧୫ ବର୍ଷ ଧରି ପୂଣ୍ୟମାସ କାର୍ତ୍ତିକରେ ଏହି ଅଖଣ୍ଡ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି । କାଶୀନଗର ବ୍ଲକ ଓ ଏନ୍‌ଏସିରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା । ଚଳିତ ବର୍ଷର କାର୍ଯ୍ୟକ୍ରମରେ ବହୁ ଯୁବ ବର୍ଗ ଯଥା ବିଶେଷ କରି ଯୁବତୀ ଓ ମହିଳାମାନେ ସଂକୀର୍ତ୍ତନରେ ସାମିଲ ହେବା ସହ ଖୁବ ଆନନ୍ଦରେ ଦିନ ବିତାଇଥିଲେ । ପ୍ରାୟ ୪ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ପଂକ୍ତି ଭୋଜନ ଜିରିଆରେ ଭାଇଚାରା ସୃଷ୍ଟି ହୁଏ ବୋଲି ବିଶ୍ୱାସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ