ମାତିଲେ ସ୍କାଏଲାଇଟ ଚୋର
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ଠାରୁ ଗତକାଲି ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋର ମାନେ ଏଥର କବାଟ କିମ୍ବା ଗ୍ରୀଲ ନଭାଙ୍ଗି ସ୍କାଏ ଲାଇଟ ବାଟେ ଚୋରି କରିଥିବା ଜଣାପଡ଼ିଛି। ବଜାର ମଧ୍ୟ ସ୍ଥଳରେ ଥିବା ଅନୀଲ ଶତପଥିଙ୍କ ଲୁଗା ଦୋକାନ ସ୍କାଏ ଲାଇଟ ଭାଙ୍ଗି ଲୁଟେରା ନଗଦ ୧ଲକ୍ଷ ଟଙ୍କା ସହିତ ସିସିଟିଭି ମେସିନ ଓ ଡ୍ରେସପତ୍ର ଚୋରି କରିଥିବା ଜଣାପଡିଛି। ସେହିଭଳି ବଜାର ଠାରେ ଏକ ଜନସେବା କେନ୍ଦ୍ର ସହିତ ଗୋଟିଏ ଜୋତା ଦୋକାନ ଓ ଗୋଟିଏ ମୋବାଇଲ ଦୋକାନରୁ ଚୋର ମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଜଣାଯାଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ଦିଆଯାଇଛି।


