ବିଧାୟକଙ୍କ ଦ୍ୱାରା ଇଞ୍ଚୋଳ ପଞ୍ଚାୟତରେ ବି.ଏସ.କେ.ୱାଇ ଯୋଜନା କାର୍ଡ ବଣ୍ଟନର ଶୁଭାରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ ) : ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ସରପଞ୍ଚ ପାର୍ବତୀ ନାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଡ ବଣ୍ଟନ ମେଳାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କ ସମେତ ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀ, ନାଏବ ସରପଞ୍ଚ ବିଜୟ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହିତ ଏହି ଯୋଜନା ଦ୍ୱାରା ଲୋକମାନେ କିପରି ଉପକୃତ ହେବେ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ବିଶେଷକରି ଏହି କାର୍ଡ ଅନ୍ୟ କାହା ହାତକୁ ନଦେବାପାଇଁ ମଧ୍ୟ ବିଧାୟକ ସେଠୀ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ ଅମୁଲ୍ୟ କୁମାର ପହି, ଗୁରୁଚରଣ ଜେନା, ସୁରେଶ ମହାପାତ୍ର, ନାରାୟଣ ଚନ୍ଦ୍ର ନାୟକ, ଉଦୟନାଥ ପଣ୍ଡା, ଜିଆରଏସ ଶ୍ରୀମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜି ପ୍ରଥମ ଦିନରେ ଭାନୁମତୀ ନାୟକ, ସାବିତ୍ରୀ ନାୟକ, ସପସ୍ୱିନୀ ଜେନା, ମେନକା ଜେନା, ପ୍ରମିଳା ସ୍ୱାଇଁ, ଶାନ୍ତିଲତା ପଣ୍ଡା, ଗାୟତ୍ରୀ ଜେନା, ପ୍ରମିଳା ପଣ୍ଡା, ପ୍ରେମଲତା ନାୟକ ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ୱାରା କାର୍ଡ ବଣ୍ଟନ କରାଯାଇଥିବାବେଳେ ମୋଟ ୮୪୦ଜଣ ହିତାଧିକାରୀଙ୍କୁ କାର୍ଡ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସରପଞ୍ଚ ପିଇଓ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ