ବିଜେଡିର ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ରନ୍ଧନ ଗ୍ୟାସ୍‌ ଦର ଦିନକୁ ଦିନ ବଢ଼ି ଚାଲିଛି । ଯାହା ସିଧାସଳଖ ହାଣ୍ଡିଶାଳରେ ଚଡ଼କ ପକାଇଛି । ଲୋକମାନଙ୍କୁ ରନ୍ଧନ ଗ୍ୟାସ୍‌ର ଦରବୃଦ୍ଧି ବାଧୁଛି । ଏହାର ପ୍ରତିବାଦ ରେ କରଞ୍ଜିଆ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ସ୍ଥାନୀୟ ମିଳନପଡ଼ିଆ ଠାରୁ ଏକ ବିରାଟ ରାଲ୍ଲୀ ରେ ହଜାର ହଜାର ମହିଳା ମୁଣ୍ଡରେ ଗ୍ୟାସ ଟାଙ୍କି, କାଠ ଚୁଲ୍ହା ସହିତ ଯୁବ,ଛାତ୍ର, କରଞ୍ଜିଆ ବଜାରପରିକ୍ରମା ପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଦର ବଢ଼ାଉଥିବାରୁ ମହିଳାମାନେ ପୁନର୍ବାର କାଠ ଚୁଲିରେ ରୋଷେଇ କରିବାକୁ ବାଧ୍ୟ ହେଲେଣି । ଦଳ ପକ୍ଷରୁ ରନ୍ଧନ ଗ୍ୟାସର ଦର ବୃଦ୍ଧି ବିରୋଧରେ ବ୍ୟାପକ ଭାବେ ଆନ୍ଦୋଳନ ର ଡାକରା କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କେନ୍ଦ୍ର ସରକାର ଦର ନ କମାଇବା ପର୍ଯ୍ୟନ୍ତ ପ୍ରତ୍ୟେକ ପଂଚାୟତ ରେ ବିରୋଧ ଜାରି ରହିବ । ରନ୍ଧନ ଗ୍ୟାସ ଓ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ନକମିଲେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ଏହି ବିକ୍ଷୋଭ ସଭାରେ କରଞ୍ଜିଆ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ଦେବପ୍ରିୟ ପାତ୍ର, କରଞ୍ଜିଆ ବ୍ଲକ ଅଧ୍ୟକ୍ଷ ହରିଶ ନାଏକ, କରଞ୍ଜିଆ ଏନଏସି ପର୍ଯ୍ୟବେକ୍ଷକ ଗଣେଶ ମିଶ୍ର, ବରିଷ୍ଠ ନେତା ସ୍ୱରୂପ ପରିଜା, କୁମାର ଦେବାଶିଷ ବେହେରା, ସନ୍ତୋଷ ମହାନ୍ତ, ନମିତା ଘାଣ୍ଟିଆଳି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହା ପରେ ଉପଜିଲ୍ଲାପାଳ ଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲା । ରନ୍ଧନ ଗ୍ୟାସ୍‌ ଦର ନ କମିବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ଉଭୟ ଛାତ୍ର ଓ ଯୁବନେତା ଚେତାବନୀ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, ସାଂସଦ ପ୍ରତିନିଧି ଜିତେନ୍ଦ୍ର ରାଜ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଚିକୁ ଭୁଜବଳ,ତିଳତମ୍ମା ବାରିକ, ଶ୍ରାବଣୀ ଘୋଷ,ନଗର ଯୁବ ସଭାପତି ସତ୍ୟାନନ୍ଦ ଜେନା, ଛାତ୍ର ସଭାପତି ଲୋକନାଥ ବେହେରା, ବ୍ଲକ ଯୁବ ସଭାପତି ବିକି ଅଲ୍ଲୀ,ଛାତ୍ର ସଭାପତି କମଲ କୃଷ୍ଣ ମହାନ୍ତ,ବିକ୍ରମ ସାହା, ପୂର୍ବତନ ବ୍ଲକ ଅଧକ୍ଷ କାମଲକୁମାର ନାଏକ,ଏସ କେ ସୁଲେମାନ, ଯୁବ ନେତା ମହେଶ୍ୱର ନାୟକ ପ୍ରମୁଖଙ୍କ ସହିତ ପ୍ରାୟ ଚାରିହଜାର ମହିଳା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ