ରନ୍ଧନ ଗ୍ୟାସ ଦରବୃଦ୍ଧିର ପ୍ରତିବାଦ ସଦର ବିଜେଡି ପକ୍ଷରୁ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା) : ସାମ୍ପ୍ରତିକ ସ୍ଥିତିରେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଶାଖା ପକ୍ଷରୁ ଗଣ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ସଦର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ସଭାପତିତ୍ୱ କରିବା ସହିତ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ସାମ୍ପ୍ରତିକ ରନ୍ଧନ ଗ୍ୟାସ ଦରବୃଦ୍ଧି ଅନ୍ୟାନ୍ୟ ବର୍ଗ ଅପେକ୍ଷା ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ଜୀବନ ଧାରଣର ମାନ ହ୍ରାସ କରିଛି ବୋଲି କହିଥିଲେ । ସବୁଠାରୁ ବଡ଼କଥା ହେଲା ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧିରେ ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିବା ବେଳେ ଏବେ ରନ୍ଧନ ଗ୍ୟାସ ଦରବୃଦ୍ଧି ସାଙ୍ଗକୁ ରଆତି ହ୍ରାସ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି ବୋଲି ଶ୍ରୀ ଜେନା କହିଥିଲେ । ପୂର୍ବତନ  ବିଧାୟକ ସୁଦର୍ଶନ ଜେନା, ଜିଲା ସହ-ପର୍ଯ୍ୟବେକ୍ଷକ ସାରଦା ଜେନା, ବିଜୁ ଯୁବ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟରଞ୍ଜନ ଦାସ ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବାଲେଶ୍ୱର ଜିଲା ବିଜେଡି ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟ୍ଟନାୟକ, ଉପ-ସଭାପତି ଗୌରୀ କୁମାର ରାଉତ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ବରିଷ୍ଠ ବଜେଡି ନେତା ରଞ୍ଜନ ବାଗ, ଟାଉନ ସଭାପତି ସନତ ଦାସ, ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ରାଜ୍ୟସ୍ତରୀୟ ମହିଳା ନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, ମୀନତି ସେଠୀ, ବିଜୁ ଯୁବ ଜନତା ଦଳ ଜିଲା ସଭାପତି ତାପସ ପରିଡ଼ା, ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ସିମନ ଦାସମହାପାତ୍ର, ମହିଳା ଟାଉନ ସଭାପତି ମୀନା ମହାନ୍ତି, ବ୍ଲକ ମହିଳା ସଭାପତି ଲୀନା ସାହୁ, ଟାଉନ ଯୁବ ବିଜେଡି ସଭାପତି ଉମାଶଙ୍କର ତିଆଡ଼ି, ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି, ଟାଉନ ଛାତ୍ର ସଭାପତି କୁଶଲ ଚାଟାର୍ଜୀ, ମହିଳା ଜିଲା ଉପ-ସଭାପତି ରଞ୍ଜିତା ମହାପାତ୍ର, ବାଦଲ ଦାସ, ସ୍ନେହଲତା ଦାସ, ଶକ୍ତିପଦ ରାୟ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମରଣ ନୀତି ଓ ଓଡ଼ିଶା ପ୍ରତି ବୈମାତୃକ ଭାବ ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସ ଦର ହ୍ରାସ ନ କଲେ ଆଗାମୀ ଦିନରେ ବିଜେଡି ପକ୍ଷରୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଦର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା । ବିଜେଡି ଜିଲା ସମ୍ପାଦକ ମନୋଜ ରାଉତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଜେଡିର ଯୁବ, ଛାତ୍ର, ମହିଳାଙ୍କ ସମେତ ପୂର୍ବତନ କାଉନସିଲର ଓ ବରିଷ୍ଠ ଦଳୀୟ ନେତାମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ