ସ୍ୱାଧୀନତାର ୭୩ବର୍ଷ ପରେ ସୁଦ୍ଧା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସ୍ୱାଧୀନତାର ୭୩ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ଗ୍ରାମପଞ୍ଚାୟତ ଅତି ଦୁର୍ଗମ ଅଞ୍ଚଳ ଇଲାକାରେ ଅବସ୍ଥାପିତ ରହିଛି । ରାଇପଙ୍କା ପଞ୍ଚାୟତ ଠାରୁ ନିକଟସ୍ଥ ଜନକପୁର ଗ୍ରାମକୁ ୧୧ କିଲୋମିଟର ପ୍ରଧାନମନ୍ତ୍ରୀ ସଡକ ଯୋଜନା ନ ଥିବାରୁ ଗ୍ରାମକୁ ବିଭିନ୍ନ ସମସ୍ୟା ଦେଖାଦେଇଛି । ଏହି ରାସ୍ତା ନଥିବାରୁ ଲୋକେ ବିକାଶର ମୁହଁ ଦେଖିପାରୁନାହାନ୍ତି । ଜକନକପୁର, ତଳଡକରପଙ୍କା ଉପରେ ୭୦ରୁ ଉର୍ଦ୍ଧ ପରିବାର ନିର୍ଭର କରିଥାନ୍ତି । ରାସ୍ତା ନଥିବାରୁ ବିଭିନ୍ନ ମୌଳିକ ସୁବିଧାରେ ଉବୁଟୁବୁ ହେଉଥିବାର ଜଣାପଡିଛି । ସେହିପରି ସ୍କୁଲ ପିଲା ଠାରୁ ଆରମ୍ଭ କରି ବୟସ୍କ ବୃଦ୍ଧ ବୃଦ୍ଧାଙ୍କ ଠାରୁ ଆରମ୍ଭ କରି ରୋଗଗ୍ରସ୍ତ ମହିଳାମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଛନ୍ତି । ଏପରିକି ପିଲାମାନେ ସ୍କୁଲକୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭଲ ରାସ୍ତା ନଥିବା ଏବଂ କଲଭର୍ଟ ନଥିବାରୁ ଲୋକେ ବର୍ଷା ଦିନେ ଅସ୍ଥାୟୀ କାଠ ପୋଲ ତିଆରି କରି ଯାତାୟତ କରିଥାନ୍ତି । ଭଲ ରାସ୍ତାଟିଏ ନଥିବାରୁ ପିଲାମାନେ ବିଦ୍ୟାଳୟକୁ ନଯାଇପାରି ଏଣେତେଣେ ଖେଳି ସମୟ ଅତିବାହିତ କରୁଥିବାର ଜଣାପଡିଛି । ତେଣୁ ଉକ୍ତ ଗ୍ରାମ ଠାରୁ ରାଇପଙ୍କା ପଞ୍ଚାୟତ ସଦର ମହକୁମାକୁ ରାସ୍ତାଟିଏ ହୋଇପାରିଲେ ଲୋକେ ମୌଳିକ ସୁବିଧା ପାଇପାରିଲେ ଦୈନନ୍ଦିନ ଜୀବନଯାପନ ସୁରୁଖୁରୁରେ କଟିପାରିବ ବୋଲି ସାଧାରଣରେ ମତ ରଖିଛନ୍ତି ।


