ଆଜି ବି ବଞ୍ଚି ରହିଛି ମାନବିକତା !
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଜି ଛତ୍ରପୁର ଲୋୟାର ବସଷ୍ଟାଣ୍ଡରେ ରାସ୍ତାକଡରେ ପଡିଥିବା ଜଣେ ଅକ୍ଷମ ବୃଦ୍ଧ ବ୍ୟକ୍ତି ପ୍ରକାଶ ପାତ୍ର (୮୦)ଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଛତ୍ରପୁର ମେଡିକାଲରେ ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଛତ୍ରପୁର ରକ୍ତଦାତା ସଂଘର ମାଧବ କାୟା, ଟୁଟୁ ସେନାପତି, ବାପି ନାୟକ ପ୍ରମୁଖ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଖବର ପାଇ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଡାକ୍ତରଖାନାକୁ ଆସି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଓ ତାଙ୍କ ପାଇଁ ଖାଦ୍ୟ ଓ କମ୍ବଳର ବ୍ୟବସ୍ଥା ମଧ୍ୟ କରିଥିଲେ।ସୂଚନା ଥାଉ କି, ପ୍ରକାଶ ରଣ୍ଢା ଅଂଚଳର ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଛତ୍ରପୁରର ବିଭିନ୍ନ ହୋଟେଲ ମାନଙ୍କରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଏବେ ସେ ଅକ୍ଷମ ହୋଇଯିବାରୁ ସେ ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଇପାରୁନଥିଲେ । ଶନିବାର ପୂର୍ବାହ୍ନରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପରେ ତାଙ୍କୁ ଉତ୍ତମ ମାନର ଚିକିତ୍ସା ଯୋଗାଇବା ପାଇଁ ତଥା ତାଙ୍କର ବଞ୍ଚିବା ପାଇଁ କିଛି ବ୍ୟବସ୍ଥା କରିବା ପାଇଁ ସହରର ସମାଜସେବୀମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।


