ବହଳଦା ଥାନା ! ଦୁବୃର୍ତ୍ତଙ୍କ ଆକ୍ରମଣରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଶୁରବାର ରାତି ୧୦.୩୦ ପାଖାପାଖି ସମୟରେ ୩ ଦୁବୃର୍ତ୍ତ ଗୃହକର୍ତ୍ତାଙ୍କ ଘରେ ପଶି ଘରମାଲିକ ମାନସିଂ ସୋରେନ(୫୨) ଏବଂ ପତ୍ନୀ ସାଲହମଣି ସୋରେନଙ୍କୁ କୁରାଢି ଠେଙ୍ଗାରେ ମରଣାତ୍ମକ ଆକ୍ରମଣକରିଥିବାବେଳେ ଘଟଣାସ୍ଥଳରେ ମାନସିଂଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ସାଲ଼ହମଣି ସୋରେନ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଗତକାଲି ରାତିରେ ସ୍ୱାମୀ ସ୍ତ୍ରି ଖାଇ ପିଇ ଶୋଇଥିଲେ ଅଷ୍ଟମ ଶ୍ରେଣୀର ପୁଅ ଅଲଗା ଘରେ ଶୋଇଥିଲା । ପେଣ୍ଟ, ସାର୍ଟ ଓ ମୁଖା ପିନ୍ଧିଥିବା ୩ଦୁବୃର୍ତ୍ତ ଚାଲି ଚାଲି ଆସି ଘରେ କବାଟ ବାଡୋଇ ଗୃହକର୍ତ୍ତାଙ୍କୁ ଡାକିଥିଲେ । ପରେ ସେ କବାଟ ଖୋଲିବାରୁ ଠେଙ୍ଗା ଓ କୁରାଢିରେ ମରଣାତ୍ମକ ଆକ୍ରମଣ କରି ଚାଲି ଚାଲି ପଳାଇଲେ ପାଟି ଶୁଣି ପୁଅ ମାଝ ସୋରେନ କବାଟ ଖୋଲି ଦେଖନ୍ତି ତ ବାପର ମୃତଦେହ ପଡିଛି ମା ରକ୍ତାକ୍ତ ଅବସ୍ଥାରେ ଚଟାଣିରେ ପଡିଛି । ସଙ୍ଗେ ସଙ୍ଗେ ଗାଁ ବାଲାକୁ ଡାକି ଥାନାକୁ ଖଵର ଦେଇଥିଲେ । ବହଳଦା ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନଗୁରୁତର ସାଲହମଣିକୁ ରାଇରଙ୍ଗପୁର ହସ୍ପିଟାଲ ଓ ପରେ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । କରିଥିଲେ । ଶନିବାର ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋରଂଜନ ବିଶ୍ୱାଳ,ଏସଡିପିଓ ରତିକାନ୍ତଗିରି ବହଳଦା ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ । ଘଟଣାକୁ ନେଇସପୋଲିସ ଏକ ମାମଲା କେଶ ନ଼ଂ ୧୧୪/୨୧ ରୁଜୁ କରିବା ସହ ବାରିପଦାର ସାଇଣ୍ଟିଫିକ ଟିମ ତଦନ୍ତ କରିଥିଲେ ପରେ ଶନିବାର ଦିନ ମଧ୍ଯାହ୍ନରେ ପୋଲିସ ଶବକୁ ବ୍ଯବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


