ବିଡିଓଙ୍କ ବଦଳି ଦାବିରେ ଧାରଣାରେ ବସିଲେ ୭ ସରପଞ୍ଚ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ରରୁଆଁ ବିଡିଓ ପଲ୍ଲବୀ ସ୍ୱାଇଁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣା ଦେଲେ ସରପଞ୍ଚ। ବିଡିଓଙ୍କ ବିରୋଧରେ ସାତ ଦଫା ଅଭିଯୋଗ ନେଇ ରରୁଆଁ ବ୍ଲକର ୭ଜଣ ସରପଞ୍ଚ ଧାରଣା ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର CFC ଏବଂ SFC ଫାଇଲରେ ଦସ୍ତଖତ ଯଥେଷ୍ଟ ବିଳମ୍ବ କରିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ସରପଞ୍ଚ।ରରୁଆଁ ବ୍ଲକରୁ ଦୀର୍ଘ ୨୫ କିଲୋମିଟର ରାସ୍ତାକୁ ପ୍ରତ୍ୟେକ ଦିନ ବ୍ଲକ ଗାଡ଼ିରେ ଯାଆସ କରିବା, ମନେରେଗା କାର୍ଯ୍ୟର ଫାଇଲ୍ ଗୁଡ଼ିକ ଅନୁମୋଦନ ପାଇଁ ପିଡି ଡିଆଇଆରଡିଏ ଙ୍କୁ ନଦେବା, ବ୍ଲକ କାର୍ଯ୍ୟାଳୟରେ ଲାଗିଥିବା ସିସି ଟିଭି କୁ ଅଚଳ କରି ରଖିବା, ନିଜର ମନମୁଖୀ କାର୍ଯ୍ୟ ଯୋଗୁଁ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଚାୟତ ସମିତି ବୈଠକ ନ କରିବା, ସେହିପରି ପ୍ରକଳ୍ପ କାର୍ଯ୍ୟ ସରିଥିବା ଫାଇଲର ବିଲ ପେମେଣ୍ଟ କରିବାରେ ଜାଣିଶୁଣି ବିଳମ୍ବ କରିବା ଯୋଗୁଁ ଏହାକୁ ବିରୋଧ କରି ଆଜି ବ୍ଲକ ସମ୍ମୁଖରେ ଧାରଣା ଦେଉଛନ୍ତି। ସରପଞ୍ଚଙ୍କ ଦାବି ଯଥାଶୀଘ୍ର ରରୁଆଁ ବିଡିଓଙ୍କୁ ଏଠାରୁ ତୁରନ୍ତ ବଦଳି ଦାବି କରି ମଙ୍ଗଳବାର ସକାଳ ୧୧ଟା ରରୁଆଁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ୭ଜଣ ସରପଞ୍ଚ। ତେବେ ଏ ସମ୍ପର୍କରେ ରରୁଆଁ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ