ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବିଧାନିକ ସମ୍ମିଳନୀ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ୧୮ତମ ସାମ୍ବିଧାନିକ ସମ୍ମିଳନୀ ଶିକ୍ଷାବିତ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଉପେନ୍ଦ୍ର କୁମାର ବିଶ୍ୱାଳ, ସହ ସମ୍ପାଦକ ଅଶୋକ କୁମାର ରାଉତ, ପ୍ରଣୟ କୁମାର ସିଂ, ମନୋଜ କୁମାର ସିଂ, ରୋହିତ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଭଣ୍ଡାରିପୋଖରୀ ମଣ୍ଡଳ କାର୍ଯ୍ୟକାରିଣୀ କମିଟି ପାଇଁ ସଭାପତି ଭାବେ କାଶୀନାଥ ପତି, ଉପସଭାପତି ଭାବେ ଗୋବିନ୍ଦ ବେହେରା, ସମ୍ପାଦକ ଭାବେ ସୁନୀଲ କୁମାର ନାୟକ, ଯୁଗ୍ମ ସମ୍ପାଦକ ଭାବେ ବନବିହାରି ମହାନ୍ତି, ସହ ସମ୍ପାଦକ ଭାବେ କେଶବ ପହି, ଉଦୟ କୁମାର ରାଉତ, କୋଷାଧ୍ୟକ୍ଷ ଭାବେ ଖଗେଶ୍ୱର ସୁତାର ଓ ଉପଦେଷ୍ଟା ଭାବେ ପୁରୁଷୋତ୍ତମ ଧଳଙ୍କୁ ମନୋନୀତ କରାଯାଇଥିଲା । ମନୋରଞ୍ଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


