ଗାଇକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ଥ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଗାଇକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ଥ ହୋଇଛି । ଗତକାଲି ବିଳମ୍ବିତ ରାତ୍ରରେ ଏପି ୩୯ ଟିଭି ୭୯୬୩ ନଂ ଏକ ଆମ୍ବୁଲାନ୍ସ ଖଡକପୁର ରୁ ରୋଗୀକୁ ଛାଡି ବିଶାଖାପାଟ୍ଟଣାମ୍ ଫେରୁଥିବା ବେଳେ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଗାଇକୁ ଧକ୍କା ଦେଇଥିଲେ । ଫଳରେ ଆମ୍ବୁଲାନ୍ସଟି ଡିଭାଇଡରକୁ ବାଡେଇ ହୋଇ ଦୁର୍ଘଟଣାଗସ୍ତ ହୋଇଛି । ଘଟଣାସ୍ଥଳରେ ଗାଇଟିର ମୃତ ହୋଇଥିବା ବେଳେ ସୋମବାର ସକାଳୁ ଗାଇକୁ ରାସ୍ତା ଉପରୁ ହଟାଯାଇଛି । ଆମ୍ବୁଲାନ୍ସଟି ରାସ୍ତା ପାଶ୍ୱର୍ରେ ଅଟକି ରହିଥିବା ବେଳେ କେହି ଆହାତ ହୋଇନଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ