ଏନ୍.ଆର୍.ଟି.ଏସ୍ ପରୀକ୍ଷା ଦେଲେ ୩୩୩ ପରୀକ୍ଷାର୍ଥୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୨ଟି ପରୀକ୍ଷା କେନ୍ଦ୍ରରେ ୩୩୩ ଜଣ ପରୀକ୍ଷାର୍ଥୀ ଏନ୍.ଆର.ଟି.ଏସ୍ ପରୀକ୍ଷା ଦେଇଥିବା ଜଣାଯାଇଛି । ବନ୍ତ ବାଳିକା ହାଇସ୍କୁଲରେ ୧୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ । ଏଠାରେ ସୁପରିନ୍ଟେଣ୍ଡେଣ୍ଟ ଭାବେ ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ ଥିବା ବେଳେ ଡେପୁଟି ଭାବେ ପୀତବାସ ଜେନା ଦାୟୀତ୍ୱ ତୁଲାଇଥିଲେ । ସେହିପରି ଟିଲୋ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୮୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି । ଏଠାରେ ସୁପରିନଟେଣ୍ଡେଣ୍ଟ ଭାବେ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ ଥିଲେ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ପୂର୍ବାହ୍ନ ୧୦ରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା ।


