ଆଦିବାସୀ ଅଧ୍ୟୁଷିତ କୁଜାସିଂ ଗ୍ରାମରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁଜାସିଂ ପଞ୍ଚାୟତର କୁଜାସିଂ ଗ୍ରାମରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୁଲ୍ୟରେ ଗୁ୍‌ମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜ ସହ ଯୋଗରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ସଚେତନତା ସବା କାର୍ଯ୍ୟକ୍ରମ କୁଜାସିଂ ସରପଞ୍ଚ ଜବାନ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ସଭା କାର୍ଯ୍ୟକ୍ରମରେ ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍‌ଓ ଡାକ୍ତର ଚିନ୍ମୟ ବିଶ୍ୱାଳ, ବିଜେଡି ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ପଲ୍ଲଭ ଲିମ୍ମା, ଜିଲ୍ଲା ବିଜେଡିର ବରିଷ୍ଠ ନେତା ବସନ୍ତ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟତଃ କୁଜାସିଂ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାର ଉଦ୍ଦେଶ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ କିଭଳି କେଉଁ ପ୍ରକାର ଓ କେତେ ପରିମାର ଉପକାର ପାଇବେ ସେ ସମ୍ପର୍କରେ ଉପସ୍ଥିତ ପଞ୍ଚାୟତବାସୀଙ୍କୁ ବୁଝାଇ ସଚେତନତା କରାଇଥିଲେ । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୁଜାସିଂ ଭଳି ପଞ୍ଚାୟତ ଅଞ୍ଚଳରେ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ସରକାରଙ୍କ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ହାଇଟେକ୍ ମେଡିକାଲ କଲେଜର ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତର ଓ ସେମାନଙ୍କ ଅନ୍ୟନ୍ୟ ଷ୍ଟାଫ ମାନଙ୍କ ସହଯୋଗରେ ଯୋଗାଇ ଦିଆଯାଇଥିବା ଯୋଗୁଁ କୁଜାସିଂ ସରପଞ୍ଚ ଜବାନ ଭୂୟାଁରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରି ଧନ୍ୟବାଦ ଦେଇଥିଲେ । ଏହି ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଡାକ୍ତର ଅନୀଲ କୁମାର ଆଚାର୍ଯ୍ୟ, ନାମନଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଏମ୍‌ଓ ଡାକ୍ତର ସ୍ମୃତି, ଷ୍ଟାଫ ନର୍ସ ଜସ୍ମିତା ଗମାଙ୍ଗ, ଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିନ୍ମୟ ବିଶ୍ୱାଳ, ଏଲଟି ଗୋପେଶ୍ୱର ପାଣିଗ୍ରାହୀ, ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ କଲେଜର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରବୀଣ ଜେନା, ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଅଭିନାଶ ନେଗୀ ଏବଂ ଚକ୍ଷୁ ବିଭାଗର ଡାକ୍ତର ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦେଇ କୁଜାସିଂ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୫୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା ସେବା ଯୋଗାଇଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ