ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ରାଜ୍ୟ ସ୍ତରୀୟ ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ର ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା ଓ ଆଲୋଚନା ଚକ୍ରରେ ଅତିଥି ଭାବରେ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ବିରଂଚି ମିଶ୍ର, ପର୍ଯ୍ୟଟନ-ସାହିତ୍ୟ ବିଶିଷ୍ଟ ଲେଖକ ସତ୍ୟ ନାରାୟଣ ମିଶ୍ର, ବିଶିଷ୍ଟ ପର୍ଯ୍ୟଟନ ସାହିତ୍ୟ ଲେଖିକା ଶୈଳବାଳା ମହାପାତ୍ର, ସତ୍ୟ ଖବର ସଂପାଦକ ଅକ୍ଷୟ କୁମାର ନାୟକ ଓ ଗବେଷକ ସୁବାସ ଚନ୍ଦ୍ର ବରାଳ ପ୍ରମୁଖ ଯୋଗଦେଇ ପର୍ଯ୍ୟଟନ ସାହିତ୍ୟର ବିଭିନ୍ନ ଦିଗ, ପର୍ଯ୍ୟଟନସ୍ଥଳୀର ଅନୁଭୂତି ଏବଂ ଭାବର ଆଦାନ ପ୍ରଦାନ କରି ପର୍ଯ୍ୟଟନ ସାହିତ୍ୟକୁ ବିକଶିତ କରିବା ପାଇଁ ସାମୁହିକ ପ୍ରଚେଷ୍ଟା ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ ଭାଗିରଥି ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ଓ ସଂପାଦକୀୟ ବିବରଣୀ ପାଠ ଓ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ରାଜ୍ୟ ସ୍ତରୀୟ କର୍ମଶାଳାରେ ସାହିତ୍ୟିକା ପ୍ରାଧ୍ୟାପିକା କମଳ କୁମାରୀ ଦାଶ, ଗାଳ୍ପିକା ପ୍ରାଚୀତାରା ମିଶ୍ର, ଅଶୋକ କୁମାର ପୃଷ୍ଟି, ସୁବ୍ରତ କୁମାର ବାରିକ, ଭବାନୀ ଶଙ୍କର ପୋଥାଳ, କ୍ରୀଡାବିତ ନିର୍ମଳ କୁମାର ମିଶ୍ର ଓ ଦିଗମ୍ବର ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କୋଣାର୍କ ଅଂଚଳର ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ବକ୍ତୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ, ସାହିତ୍ୟ ଓ ପର୍ଯ୍ୟଟନ ପ୍ରେମୀ ମାନେ ଯୋଗଦାନ କରିଥିଲେ। ଏହି କର୍ମଶାଳାକୁ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ମହେଶ୍ବର ସାମଲ, ମନୋରଞ୍ଜନ ପଣ୍ଡା, ସୁକାନ୍ତ କୁମାର ବିଶ୍ବାଳ, ଗଣେଶ ଚନ୍ଦ୍ର ବେହେରା, କୁନାଲ ପାତ୍ର, ପ୍ରିୟ ରଂଜନ ରଥ, ଅଜିତ କୁମାର ସ୍ଵାଇଁ ଓ ସୌଭାଗ୍ୟ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ ।


