ଦୀପକ କୁମାର ଆନ୍ତରାଜ୍ୟ କ୍ରିକେଟ ଟୂର୍ଣାମେଣ୍ଟରେ ବାରିପଦା ଫାଇନାଲକୁ ଉନ୍ନିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ପ୍ରଷିଦ୍ଧ ରାଇରଙ୍ଗପୁରସ୍ଥ ମହୁଲଡିହା ଖେଳ ପଡିଆରେ ୨୨ତମ ‘ଦୀପକ ମେମୋରିଆଲ ଆନ୍ତ ରାଜ୍ୟ କ୍ରିକେଟ ଟୂଣାମେଣ୍ଟରେ ପ୍ରଥମ ସେମିଫାଇନାଲ ଖେଳ ରାଇର୍ଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ଖେଳ ୟୂ ଏଣ୍ଡ ମି ,ବାଲେଶ୍ବର ସହ ଡିଆରକେ ବାରିପଦା ସହିତ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ୨୫ ଓଭରରେ ୧୬୩ ରନ କରିଥିବା ବେଳେ ବାରିପଦା ୨୩.୩ଓଭରରେ ୧୬୪ ରନ କରି ବିଜୟୀ ହୋଇଛି । ବାରିପଦା କ୍ରିକେଟ ଟିମ୍ ଫାଇନାଲକୁ ଉନ୍ନିତ ହୋଇଛି । ମେନ ଅଫ ଦି ମେଚ ବାରିପଦାରଆଦିତ୍ୟ ବସା ଯିଏକି ୮୪ ରନ ସ୍କୋର କରିଥିଲେ । କଟକ ଓସିଏର ଅମ୍ପାୟାର ଦୁର୍ଗା ପଟନାୟକ, ଟାଟାର ଦିଲିପ କୁମାର,ଟାଟାର ରାଜୀବକୁମାରଖେଳ ପରିଚାଳନା କରିଥିଲେ । ଉପଦେଷ୍ଟା ଶିକ୍ଷାବିତ୍ପ୍ରଶାନ୍ତ ପରୀକ୍ଷା,ପଞ୍ଚୁ ଲୋହାର,ଅମର ,ଅଭିମନ୍ଯୁ,ଶ୍ଯାମ ସୁନ୍ଦର, ଧରମବୀର, ଚନ୍ଦନ, ଉକୁଲ, ବାବି କାହ୍ନା, ଚେଟରା, ଛୋଟରାୟ, ପପି, ଗୁଲଠୁ ଅମ୍ବୁ ପ୍ରମୁଖ ପରିଚାଳନା କରିଥିଲେ । କୋହଲା ପାଗ ସତ୍ତ୍ବେ ଖେଳପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଖେଳ ଉପଭୋଗ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।