ବାୟୁସେନା ହେଲିକପ୍ଟର ଦୁର୍ଘଟଣା ରେ ପ୍ରାଣ ହରେଇ ଥିବା ସହିଦ ବୀର ଯବାନ ଙ୍କ ଅକାଳ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଛାତ୍ର ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଦେଶର ସର୍ବଚ୍ଚ ସେନା ଅଧିକାରୀ ସିଡ଼ିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ଙ୍କ ସମେତ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ରେ ପ୍ରାଣ ହରେଇ ଥିବା ସହିଦ ବୀର ଯବାନ ଙ୍କ ଅକାଳ ବିୟୋଗ ରେ ମ୍ରିୟମାଣ ହୋଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ସନ୍ଧ୍ୟା ରେ ସ୍ଥାନୀୟ ଆଦିବାସୀ ସଂଗୀତ ମହାବିଦ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ ସାମ୍ବାଦିକ ସଂଘ, ପାଞ୍ଚପିଢ଼ ସାମ୍ବାଦିକ ସଙ୍ଘ ସଭ୍ୟ ବୃନ୍ଦ, ପାଞ୍ଚପିଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ବୃନ୍ଦ,ପାଞ୍ଚପିଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷା ପୂର୍ଣ୍ଣିମା ମହାନ୍ତି, ବରିଷ୍ଠ ଆଇନଜୀବି ବିଶ୍ୱଜିତ ଚୌଧୁରୀ, ଛାତ୍ର ନେତା ଅନିଶ ମାନ୍ନା,ସୁଧୀର ଭାରୁକା,କରଞ୍ଜିଆ ସଂଗୀତ ମହାବିଦ୍ୟାଳୟ ଅଧକ୍ଷ କରୁଣାକର ଦାସ,ବିବେକାନନ୍ଦ ଦାସ,ସମାଜସେବୀ ପୁଷ୍ପାଞ୍ଜଳି ସିଧୁ,ଯୁବ ନେତା ଲୁନା ମିଶ୍ର ବରିଷ୍ଠ ସାମ୍ବାଦିକ ଚନ୍ଦ୍ରକୁମାର ଲଲାଟେନ୍ଦୁ ଦାସ,ସାମ୍ବାଦିକ ସୁରୋଜ ସିଂ, ପାର୍ଥପ୍ରସନ୍ନ ମିଶ୍ର,ଦିନେଶ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ପରେ ବରିଷ୍ଠ ଆଇନଜୀବି ବିଶ୍ୱଜିତ ଚୌଧୁରୀ ଙ୍କ ସଭାପତିତ୍ୱ। ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଥିଲା ଉକ୍ତ ସଭାରେ ପାଞ୍ଚପିଢ଼ ସାମ୍ବାଦିକ ସଂଘ ସଭାପତି ଉମାଶଙ୍କର ଦାସ ଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଜି କରଞ୍ଜିଆ ର ବିଭିନ୍ନ ଛାତ୍ର ସଂଗଠନ ତରଫରୁ ଶନିବାର ସନ୍ଧ୍ୟାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ରେ ପ୍ରାଣ ହରେଇ ଥିବା ସହିଦ ବୀର ଯବାନ ଙ୍କ ଅକାଳ ବିୟୋଗ ରେ ମ୍ରିୟମାଣ ହୋଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହିକାର୍ଯ୍ୟକ୍ରମ ରେ ବିଭିନ୍ନ ସଂଗଠନ ର ଶତାଧିକ ଛାତ୍ର ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ