ମେଡିକାଲ କଜେଲ କ୍ରିୟାନୁଷ୍ଠାନ କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ପରିବର୍ଦ୍ଧିତ ସାପ୍ତାହିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ମମତା ମହାପାତ୍ର ଏଥିରେ ଅଧ୍ୟକ୍ଷତା ସହ ଆସନ୍ତା ଷୋଡ଼ଶ ବାର୍ଷିକ ସମ୍ମିଳନୀ ଆୟୋଜନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ଜାନୁଆରୀ ୨ ତାରିଖ ପରିବର୍ତ୍ତେ ଗୋଟିଏ ଦିନ ଆଗରୁ ଅର୍ଥାତ ନୂଆବର୍ଷ ୧ ତାରିଖ ପୂର୍ବାହ୍ଣ୧୦ଟାରେ ସ୍ଥାନୀୟ ‘ବ୍ରିଟ କଲ୍ୟାଣ ମଣ୍ଡପ’ରେ ଅନୁଷ୍ଠିତ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତ ଡାକ୍ତର ହରିଶ୍ଚନ୍ଦ୍ର ଜେନାଙ୍କ ବାସଭବନ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସମ୍ମିଳନୀରେ କମିଟିର ମୁଖପତ୍ର ଉନ୍ମୋଚନ କରାଯିବ । କ୍ରିୟାନୁଷ୍ଠାନ କମିଟିର ସଦସ୍ୟତା ଗ୍ରହଣ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଚଳିତମାସ ୨୨ ତାରିଖ ସୁଦ୍ଧା ସଭ୍ୟଦେୟ ପ୍ରଦାନ କରିବାକୁ ଏହି ବୈଠକରେ ଅନୁରୋଧ କରାଯାଇଛି । ଏଥି ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ସାଧାରଣ ସସମ୍ପାଦକ ପ୍ରଦୀପ ଦାସ ସମ୍ମିଳନୀର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ନିରଞ୍ଜନ ପରିଡ଼ା, କୁମୁଦରଞ୍ଜନ ଗିରି, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଦୀନବନ୍ଧୁ ଲେଙ୍କା, ଅର୍ଚ୍ଚନା ନନ୍ଦୀ, ଇଂ. ବନମାଳି ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ଅକ୍ଷୟ ତ୍ରିପାଠୀ, ପ୍ରଫୁଲ କୁମାର ଦାସ, ଡା. ତାରାକାନ୍ତ ନନ୍ଦ, ଡ. କ୍ଷୀତିଶ୍ୱର ଦାଶ, ରମେଶ ଚନ୍ଦ୍ର ଜେନା, ଶ୍ୟାମସୁନ୍ଦର ଜେନା, ଜ୍ୟୋସ୍ନା ପାଣି, ସରସ୍ୱତୀ ପଣ୍ଡା, ସ୍ୱର୍ଣ୍ଣଲତା ସ୍ୱାଇଁ, କ୍ରିଷ୍ଣା ସାହା, ପ୍ରମିତା ସାହୁ, ଦୁଷ୍ମନ୍ତ ଦାସ, ରଘୁନାଥ ସାହୁ, ଅନୀଲ ପଟ୍ଟନାୟକ, ଅନିମା ଜେନା, ଯୋଗେନ୍ଦ୍ର ମାହାର୍ଣ୍ଣା, ଯତିନ୍ ପାତ୍ର, ପୁରସ୍ତମ ବେହେରା, ବନ୍ଦନା ବିଶ୍ୱାସଙ୍କ ସମେତ ବହୁ ନୂତନ ସଦସ୍ୟ ସଦସ୍ୟା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାଞ୍ଚନବାଳା ପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ