ପୁରୁଣା ପାଇପରେ ଚାଲିଛି କଲର୍ଭଟ କାର୍ଯ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅଧିନ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ହୋଇଛି । ରାସ୍ତାରେ ପିଚୁ ଓ ସାଇଟ୍ ୱାଲ କାର୍ଯ୍ୟ ନିମ୍ନମାନର ହେଉଛି । ରାସ୍ତା କଂକ୍ରିଟ୍ ନିମ୍ନମାନର କରାଯିବା ସହ ପୁରୁଣା କଲର୍ଭଟକୁ ମରାମତି କରାଯାଉଛି । ଠିକାଦାର ପୁରୁଣା ପାଇପକୁ ବ୍ୟବହାର କରି କାମଚଳା କାର୍ଯ୍ୟ କରୁଛନ୍ତି । କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ଦେଖାଯାଉଛି । ୫ କିମି ଦୀର୍ଘ ବିଶିଷ୍ଟ ଏହି ରାସ୍ତା କାର୍ଯ୍ୟର ଅଟକଳ ମୂଲ୍ୟ ୬ କୋଟି ଟଙ୍କା ଥିଲା । ଏହା ଗତ ୨୦୨୦ ମସିହାରେ ଆରମ୍ଭ ହୋଇ ୮ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବାର ଥିଲା । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ରାସ୍ତାର ସ୍ଥାୟୀତ୍ୱ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ