୨ ବାଇକ ମୁହାଁମୁହିଁ ଧକ୍କା : ୩ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ରାଜନଗର ଗ୍ରାମ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଘଟି ୩ଜଣ ଗୁରତର ଆହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ସମୟରେ ତୁରାଣୀପାଣି ଗ୍ରାମର ବିମଳ ବଳିଆର୍ସିଂ ବାଇକ୍ ଯୋଗେ ଯାଉଥିବା ସମୟରେ ବିପରୀତ ଦିଗରୁ ଅନ୍ତରବା ଗ୍ରାମର ଜୀବନ୍ତ ବୀର ଓ ଡୁରା କନ୍ଧ ଉଭୟେ ବାଇକ ଯୋଗେ ଆସୁଥିବା ସମୟରେ କୌଣସି କାରଣରୁ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇଗୋଟି ବାଇକର ୩ଜଣ ଗୁରୁତର ଆହତ ହୋଇଥିଲେ । ତେବେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥିତ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଡବା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବାର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।