ଦୁଇ ଦିବସୀୟ ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ମଣଦା ବନାଞ୍ଚଳରେ ଏକ ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମ ୧୪ଟି ବନ ସୁରକ୍ଷାସମିତିର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀ କାନ୍ତ ଵେହେରାଙ୍କ ମାର୍ଗଦର୍ଶନରେ ବନାଞ୍ଚଳ ଅଧିକାରୀ ଧରିତ୍ରୀ ମୁର୍ମୁଙ୍କ ସଭାପତିତ୍ୱରେ ଦକ୍ଷତା ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ଦ୍ୱାରା ପରିଚାଳିତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ମୁଖ୍ୟଲକ୍ଷ୍ୟ ଉଜୁଡା ଜଙ୍ଗଲର ସୁରକ୍ଷା ଓ ପୁନରୁଦ୍ଧାର ସହିତ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀଙ୍କର ଜୀବନ ଜୀବିକା ବିକାଶ କରିବା । ଏଥିପାଇଁ ସରକାର ଏକ ଆବର୍ତ୍ତନ ପାଣ୍ଠି ବ୍ୟବସ୍ଥା କରିଛନ୍ତି । ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏହି ଆବର୍ତ୍ତନ ପାଣ୍ଠିରୁ ଅଳ୍ପ ସୁଧରେ ନେଇ ନିଜର ରୋଜଗାର ମଧ୍ୟରେ ଖର୍ଚ କରି ଲାଭାନ୍ବିତ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ବିଷୟ ଭିତ୍ତିକ ବିଶେଷଜ୍ଞ ତ୍ରିଲୋଚନ ରାୟ, ଶ୍ରୀ ଲୋକନାଥ ସାହୁ ଉପସ୍ଥିତ ବନ ସୁରକ୍ଷା ସମିତିର ସଦସ୍ୟା ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମଣଦା ଵନପାଳ ଶୁଶାନ୍ତ ପାତ୍ର, ବନରକ୍ଷୀ କୁମୁଦେନ୍ଦୁ ମହାନ୍ତଶ୍ୟାମଲାଲ ମହାନ୍ତ, ସୁନିଲ ମାଝୀ, ହିମାଂଶୁ ସେଠୀ,ମୋହନ ହେମ୍ବ୍ରମ, ଶିବ ଗୋପାଲ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଵନ ସୁରକ୍ଷା ସମିତିର ସଭ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । କେଶମ ବନସୁରକ୍ଷା ସମିତିର ସଭାପତି ଭୀମ ଚରଣ ହାଁସଦା, ଅଜିତ ଗିରିବଡଶିଆଳିନଇ ଭିଏସଏସର କରୁଣାକର ମାଝୀ, ବଵିତା ମହାନ୍ତକୁଆଝରିର ଭିଏସଏସର ଦାଶରଥୀ ମୁର୍ମୁ, ରାମଚନ୍ଦ୍ର ମୁର୍ମୁ ଏବଂ ବଡଝାଲି ଭିଏସ ଏସର ଶରତ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମଣଦା କ୍ଷେତ୍ର ପରିଚାଳନା ସଂସ୍ଥାର ସଂଯୋଯକ ବିଜୟ କେତନ ବିଶ୍ୱାଳ ଏବଂ ଇଂ ଅଭିଶେକ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ।