ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ସମ୍ପ୍ରତି ଭାରତ ବର୍ଷରେ ସାମ୍ବାଦିକ ମାନଙ୍କର ସ୍ୱାଧିନତା ଓ ସୁରକ୍ଷା କ୍ଷୁର୍ଣ୍ଣ ହେଉଛି । ଏପରି ହେଲେ ଗଣତନ୍ତ୍ର ତିଷ୍ଠିବା ଅସମ୍ଭବ ବୋଲି ଆଜି ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳି ଠାରେ ଆୟୋଜିତ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.)ର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ବନ୍ଧୁମିଳନ ରେ ମତପ୍ରକାଶ ପାଇଛି । ଏହି ଅବସର ରେ ପାଞ୍ଚପିଢ଼ ଉପଖଣ୍ଡ ର ବରିଷ୍ଠ ସାମ୍ବାଦିକ ମଧୁ ସୁଦନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ବ୍ରଜ ମୋହନ ନାୟକ, ସମ୍ମାନୀତ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ଜିଲ୍ଲା ସମ୍ପାଦକ ଅଭିଜିତ ମହାନ୍ତି, ଜିଲ୍ଲା ଉପସଭାପରି ବିଷ୍ଣୁ ଚରଣ ପୋଥାଳ, ବିନ୍ଦୁସାର ଦାସ, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀକାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କର ସୁରକ୍ଷା ଓ ସମୃଦ୍ଧି ପାଇଁ ଓଜେୟୁର ସଂଗ୍ରାମ ଜାରୀ ରହିଛି ଏବଂ ରହିବ ବୋଲି କହିଥିଲେ । ଏହି ଅବସର ରେ ଜିଲ୍ଲା କମିଟିରେ ଖାଲି ରହିଥିବା ପଦ ପଦବୀ ପୁରଣ କରାଯାଇଥିବା ବେଳେ,ଜିଲ୍ଲା ଉପସଭାପତି (ରାଇରଙ୍ଗପୁର ) ମଧୁସୁଦନ ଦାସ, ଜିଲ୍ଲା ସହ ସମ୍ପାଦକ କରଂଜିଆ ପାର୍ଥପ୍ରସନ୍ନ ମିଶ୍ର, କାର୍ଯ୍ୟକାରୀ କମିଟି ସଦଶ୍ୟ ଭାବରେ ଏସକେ ରାଜୁ, ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ଭାବରେ କର୍ଣ୍ଣାଜୁନ ଶାହା ପ୍ରମୁଖ ମନୋନୀତ ହୋଇଥିଲେ । ଅତିଥି ମାନଙ୍କ ସହ ନବ ନିଯୁକ୍ତ କର୍ମକର୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ନିକଟ ଅତୀତରେ ପରୋଲୋକ ଗମନ କରିଥିବା ସଂଘର ସଦଶ୍ୟ ସାମ୍ବାଦିକ ଚିତ ରଂଜନ ଜେନା, ଅସୀତ ବେହେରା, ବିଶ୍ୱାମିତ୍ର ଗିରି, ହିରଣ୍ୟ ପିଙ୍ଗୁଆ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ସାମ୍ବାଦିକ ଦିଲ୍ଲିପ କୁମାର ସାହୁ, ଅଜୟ କୁମାର ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ଲଲାଟେନ୍ଦୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସର୍ବଶ୍ରୀ ସଂଜୟ ଅଗ୍ରୱାଲ, ଅଶୋକ କୁମାର ସାହ, ଦୀନେଶ ଦାସ, ତନ୍ମୟ କୁମାର ଦାସ, ବ୍ରହ୍ମାନନ୍ଦ ଦେହୁରି, ସନ୍ତୋଷ କୁମାର ମହାନ୍ତ ପ୍ରମୁଖ ସମସ୍ତ କାର୍ଯ୍ୟର ସୁପରି ଚାଳନା କରିଥିଲେ ।


