ରାଜସ୍ଥାନରୁ ଆଗ୍ରା ସମାଜମଙ୍ଗଳ ହୁଣ୍ଡିରେ ଅର୍ଥ ସଂଗ୍ରହ 

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଯାଇଥିଲେ ପିଏଚଡ଼ି କରିବାକୁ , ସଂଗ୍ରହ କଲେ ଅର୍ଥରାଶି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ । ଯୁବ ବଂଶୀ ବାଦକ ଭାବେ ଲୋକପ୍ରିୟ ଅର୍ଜନ କରିଥିବା ପ୍ରମୋଦ କୁମାର ପତି ଯୋଗ ରେ ସଂଗୀତ ଓ ବଂଶୀ ସ୍ୱର ଗୁରୁତ୍ୱ ଓ ଏହାର ପ୍ରଭାବ ଉପରେ ପିଏଚଡ଼ି କରି ଏହା ଉପରେ ଗବେଷଣା କରୁଛନ୍ତି । ସେଥିପାଇଁ ଯାଇଥିଲେ ରାଜସ୍ଥାନ, କିନ୍ତୁ ତାଙ୍କର ସେବା ମନୋଭାବ ତାଙ୍କୁ ରୋକି ପାରିନଥିଲା, କର୍କଟ ପିଡ଼ିଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ  କଳ୍ପନା ଛକରୁ ଆରମ୍ଭ ହୋଇଥିବା ସମାଜମଙ୍ଗଳ ହୁଣ୍ଡି ତାଙ୍କୁ ବେଶ ପ୍ରଭାବିତ କରିଥିଲା । ଅସହାୟ ଗରିବ କର୍କଟାକ୍ରାନ୍ତ ଙ୍କ ମୁହଁରେ ହସ ଟିକେ ଫୁଟାଇବା ସହ କର୍କଟ ରୋଗର ସାମାଜିକ ସଚେତନତା ସୃଷ୍ଟି କରିବା ସମାଜମଙ୍ଗଳ ହୁଣ୍ଡି ର ସୃଷ୍ଟି । ଏହିଠୁ ପ୍ରେରଣା ପାଇ ରାଜସ୍ଥାନ ରୁ ଗୋଟେ ହୁଣ୍ଡି କିଣି ନିଜର ପାଠପଢ଼ା କାର୍ଯ୍ୟ ସାରି ରାଜସ୍ଥାନରୁ ଆଗ୍ରା ର ବିଭିନ୍ନ ଛକ, ବଜାର ରେ ବୁଲିବୁଲି ହାତରେ ହୁଣ୍ଡି ଧରି ଗରିବ କର୍କଟ ପିଡ଼ିଙ୍କ ପାଇଁ ଅର୍ଥ ସଂଗ୍ରହ କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ । ରାଜସ୍ଥାନ ରେ ଅନେକ ଲୋକ ପ୍ରମୋଦ ଙ୍କ ଏହି ସାମାଜିକ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିବା ବେଳେ କିଛି ଲୋକ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ । କିନ୍ତୁ ପ୍ରମୋଦ ସେ ସବୁକୁ ଖାତିର ନକରି ରାଜସ୍ଥାନ ରୁ ଭୁବନେଶ୍ୱର ରେଳ ଯାତ୍ରା ସମୟରେ ମଧ୍ୟ ସମାଜମଙ୍ଗଳ ହୁଣ୍ଡି ମାଧ୍ୟମରେ ଅର୍ଥ ଯୋଗାଡ଼ କରିଥିଲେ । ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝା ତାଙ୍କର ଏହି ପ୍ରୟାସ ପାଇଁ ପ୍ରମୋଦ ଙ୍କୁ ସାଧୁବାଦ ଜଣାଇବା ସହ ପ୍ରମୋଦ ଙ୍କର  ଏହିଭଳି ସାମାଜିକ କାର୍ଯ୍ୟକୁ ବିଭିନ୍ନ ମହଲରେ ବହୁ ପ୍ରଶଂସା ମିଳୁଛି । ସୂଚନା ଥାଉ କି ପ୍ରମୋଦ ନିଜର ବାହାଘର ଭୋଜିରେ ମିଳିଥିବା ସମସ୍ତ ଅର୍ଥରାଶି ସମାଜମଙ୍ଗଲ ହୁଣ୍ଡି ଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ