ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ ମହିଳା ଡାଟା ଏଣ୍ଟ୍ରି ଅପରେଟର

ହାଟଡିହି, (ବିକାଶ ବିଶ୍ୱାଳ) :ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ସେହି କଲେଜର ମହିଳା ଡାଟା ଏଣ୍ଟ୍ରି ଅପରେଟର ଶ୍ୱେତପଦ୍ମା ନାୟକ । ତାଙ୍କ ଅଭିଯୋଗ ଅନୁଯାଇ ସେ ଏହି କଲେଜରେ ଗତ ୨୦୧୩ ମସିହାରୁ କାର୍ଯ୍ୟକରି ଆସୁଛନ୍ତି । ଗତ ୨୭/୧୦ ୨୦୨୧ରେ ସେ ଅସୁସ୍ଥତା ଯୋଗୁଁ ଟାଟା ମେମେରିଆଲ ହସପିଟାଲ ମୁମ୍ବାଇକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଥାଇ ମଧ୍ୟ ସେ କଲେଜର ସମ୍ପୁର୍ଣ୍ଣ କାମ ଅନଲାଇନ ମାଧ୍ୟମରେ କରୁଥିଲେ । ଡାକ୍ତରଖାନାରୁ ଫେରିବାପରେ ୨୮/୧୨/୨୦୨୧ରେ କଲେଜକୁ ଯାଇ ପୁର୍ବପରି କାମ ଜାରି ରଖିଥିଲେ । ତାଙ୍କର ୫ମାସର ଦରମା ବାକିଥିବାରୁ ସେ ବାରମ୍ବାର ଏନେଇ ଅଧ୍ୟକ୍ଷଙ୍କୁ ଅନୁରୋଧ କରୁଥିଲେ । ଏପରିକି ବର୍ତ୍ତମାନ ସମୟରେ ତାଙ୍କର ଔଷଧପତ୍ର ପାଇଁ ଅନେକ ଖର୍ଚ୍ଚ ହେଉଥିବାରୁ ତାଙ୍କର ବାକିଥିବା ୫ମାସର ଦରମା କରିଦେବାପାଇଁ ସେ ଅଧ୍ୟକ୍ଷଙ୍କୁ ନିବେଦନ କରିଥିଲେ । ସେ ହଁ ଦେବା ହଁ ଦେବା କହି ସମୟ ଗଡାଇ ଚାଲିଥିଲେ । ଗତକାଲି ୭/୧/୨୦୨୨ ଶୁକ୍ରବାର ସେ କଲେଜରେ କାମ କରୁଥିବାବେଳେ ପରୀକ୍ଷା ଛୁଟି ହେବାପରେ ସମସ୍ତ ଷ୍ଟାଫ ପଳାଇବାପରେ ତାଙ୍କୁ ଅଟକାଇ ରଖି କିଛି କାମ କରାଇବାକୁ କହିଥିଲେ । ଏହି ସମୟରେ ଅଧ୍ୟକ୍ଷ ଶ୍ୱେତପଦ୍ମାଙ୍କ ରୁମକୁ ପସି ଆସି ତାଙ୍କ ପାଖରେବସି କାମ ନକରି ତାଙ୍କ ସହିତ କଥା ହେବାକୁ କହିଥିଲେ । ଶ୍ୱେତପଦ୍ମା ନୀରବ ରହିବାରୁ ମନ୍ଦ ଉଦ୍ଦେଶ୍ୟରେ ତାଙ୍କ ପାଖକୁ ଯାଇ ତାଙ୍କ ବାକିଥିବା ଦରମା କରାଇଦେବି ବୋଲି କହି ତାଙ୍କୁ ହଠାତ କୁଣ୍ଢାଇ ଧରିବା ସହ ଶରୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବାରୁ ଶ୍ୱେତପଦ୍ମା ଏହାକୁ ବିରୋଧ କରି ବାହାରକୁ ଦୌଡି ପଳାଇ ଆସିଥିଲେ । ଏହାକୁନେଇ ଶ୍ୱେତପଦ୍ମା ପାଟିକରିବାରୁ ଅଧ୍ୟକ୍ଷ ତାଙ୍କୁ ଏକ ଧକ୍କା ମାରି ବାହାର କରିଦେବା ସହିତ ଏ ସମ୍ପର୍କରେ ଯାହାକୁ କହିବୁ ପରିଣତି ଭୟଙ୍କର ହେବ ବୋଲି ଧମକ ଚମକ ଦେଇଥିଲେ । ଶ୍ୱେତପଦ୍ମା ଏନେଇ ତାଙ୍କ ସ୍ୱାମୀଙ୍କୁ ଫୋନକରି ଡାକିବା ବେଳକୁ ଅଧ୍ୟକ୍ଷ ଜଣକ କଲେଜ ବନ୍ଦ କରି ଘରକୁ ପଳାଇଥିଲେ । ଶ୍ୱେତପଦ୍ମା ଗତକାଲି ଏନେଇ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସୋସୋ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଆସନ୍ତାକାଲି କଲେଜର ଅଧ୍ୟକ୍ଷଙ୍କୁ ଡକାଇ ବୁଝାବୁଝି କରିବେ ବୋଲି ଥାନା ଅଧିକାରୀ କହିଥିବା ତାଙ୍କ ସ୍ୱାମୀ ଜ୍ଞାନ ରଞ୍ଜନ ପୁହାଣ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇଙ୍କୁ ପଚାରିବାରେ ଏହି ଅଭିଯୋଗକୁ ଅସ୍ୱୀକାର କରିିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ