ବିଦ୍ୟୁତ୍ ତାର ସଂସ୍ପର୍ଶରେ ବୀର ଜବାନଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ବିହାର ଠାରେ ଥିବା ଏସ୍.ଏସ୍.ବି ର ବୀରପୁର ତାଲିମ କେନ୍ଦ୍ରରେ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ତିନି ଜବାନଙ୍କ ମୃତ୍ୟୁ ଘଟିଛି । ତାଲିମ କେନ୍ଦ୍ର ମଧ୍ୟ ଦେଇ ଯାଇଥିବା ହାଇଟେନସନ ବିଦ୍ୟୁତ ତାର ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମୃତ ଜବାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁରୁଗୁବା ଗ୍ରାମର ତ୍ରିନାଥ ଶବରଙ୍କ ପୁଅ ପର୍ଶୁରାମ ଶବର ରହିଛନ୍ତି । ଗତ ଏପ୍ରିଲ ମାସରେ ସେ ଏସ୍.ଏସ୍.ବି ଜବାନ ଭାବେ ନିଯୁକ୍ତ ପାଇଥିଲେ । ନିଯୁକ୍ତି ପାଇବା ପରେ ସେ ବିହାରର ସୁପାଲର ବୀରପୁର ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ତାଙ୍କ ମୃତ୍ୟୁ ଖବର ଆସିଥିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ତାଙ୍କ ମରଶରୀର ସ୍ବତନ୍ତ୍ର ବିମାନ ଯୋଗେ ଭୂବନେଶ୍ଵର ବିମାନ ବନ୍ଦରକୁ ଆସିବ । ସେଠାରୁ ତାଙ୍କ ନିଜ ଗାଁ କୁରୁବୁଗାକୁ ଅଣାଯିବ । ଅପରାହ୍ନ ଦୁଇଟା ସମୟରେ ମରଶରୀର ଗାଁରେ ପହଞ୍ଚିବା ନେଇ ସୂଚନା ମିଳିଛି ।


