ନେହେରୁ ଯୁବ କେନ୍ଦ୍ର ଦ୍ଵାରା ସପ୍ତାହ ସାମାଜିକ ସେବା ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ସହାୟତାରୁ ଗଜପତି ଜିଲ୍ଲାର ରାସୁରୁ ଗ୍ରାମ ଠାରେ ଅବସ୍ତିତ ଜଗନ୍ନାଥ ନିକେତନ ରେ “ସାମାଜିକ ସେବା ଦିବସ” କାର୍ଯ୍ୟକ୍ରମଟି ଆରମ୍ବ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି “ଜାତୀୟ ଯୁବ ଦିବସ ଏବଂ ସପ୍ତାହ “ ର ଅଂଶ ବିଶେଷ, ଯେ ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମ ଗୁଡିକ ଚାଲୁରହିବା ଏହି କାର୍ଯ୍ୟକ୍ରମ ଦ୍ଵାରା ଜଗନ୍ନାଥ ନିକେତନ ର ଯୁବ ଓ ପିଲାମାନଙ୍କୁ ନେଇ ନିକେତନ ର ଚର୍ତ୍ତୁପାର୍ଶ୍ଵରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହା ସହ ପ୍ରଜେକ୍ଟର୍ ମାଧ୍ୟମରେ “ୱାସ୍” ମାନେ ନିଜ ଅଞ୍ଚଳକୁ କିପରି ସଫା ସୁତରା ରଖାଯିବ ତାହା ଭିଡିଓ ମାଧ୍ୟମରେ ଦେଖାଇ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ରେ ଏନ.ୱାଇ.କେ ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ବିବେକାନନ୍ଦ ଙ୍କ ଜୀବନୀ ଏବଂ ଏହି କାର୍ଯ୍ୟକ୍ରମର ବିଶେଷତ୍ଵ ଉପରେ ଆଖ୍ୟା ଦେଇଥିଲେ । ଏହି କାର୍ଯ୍ୟକ୍ରମଟିକୁ ଏନ.ୱାଇ.କେ ପାରଳାଖେମୁଣ୍ଡିର ସ୍ଵେଚ୍ଛାସେବୀ ଏ.ମହେଶ୍ଵର ରାୱ, ଭି.ଭବାନୀ ପ୍ରସାଦ ଆୟୋଜନ କରିଥିବା ବେଳେ, ମୋହିନୀ ପ୍ରଧାନ (ପ୍ରଶିକ୍ଷକା) ସହଯୋଗ କରିଥିଲେ, ଏବଂ ଏହି କାର୍ଯ୍ୟକ୍ରମ ଗୁଡିକ ଜିଲ୍ଲା ଯୁବ ଅଧିକାରୀ (ଏନ.ୱାଇ.କେ) ଙ୍କ ନିର୍ଦ୍ଧେଶ କ୍ରମେ କରାଯାଇଛି ।


