ବିଜୟ ଜେନାଙ୍କ ମୃତ୍ୟୁରେ ଗୌରହରି ପାଠାଗାର ତରଫରୁ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ପୂର୍ବତନ ବିଧାୟକ ତଥା ଚାଷୀଙ୍କ ନେତା ବିଜୟ କୁମାର ଜେନାଙ୍କ ମୃତ୍ୟରେ ପାରଳାଖେମୁଣ୍ଡି ସହରର ସ୍ଥାନୀୟ ଗୌରହରି ପାଠାଗାର ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ଵର୍ଗତ ଜେନା ଦୁଇଥର ବିଜୟ ହାସଲ କରି ଗାଁଗଣ୍ଡାରେ, ରାସ୍ତାଘାଟ ନିର୍ମାଣ , ଉଚ୍ଛ ଶିକ୍ଷାର ବିକାଶ , ଜଳସେଚନ ଇତ୍ୟାଦି ପ୍ରତି ଅଧିକୁ ଧ୍ୟାନ ଦେଉଥିଲେ । ତାଙ୍କର ବିଭିନ୍ନ କୃତୀ ପାଇଁ ୨୦୦୭ ମସିହାରେ ପାଠାଗାର ତରଫରୁ “ଗୌରହରି ପ୍ରତିଭା “ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ପାଠାଗାରର ସଭ୍ୟରୂପେ ବିଭିନ୍ନ ସମୟରେ ସହଯୋଗ ପ୍ରଦାନ କରୁଥିଲେ । ସ୍ଵର୍ଗତ ନେତାଙ୍କ ମୃତ୍ୟରେ ପାଠାଗାରର ଏକ ବୈଠକ ରେ ସଭ୍ୟମାନଙ୍କ ମଧ୍ୟରେ ଶୋକ ପ୍ରକାଶ କରାଯାଇ ଆତ୍ମାର ଚନ୍ଦ୍ର ପାଣିଗ୍ରାହୀ , ସୁଜିତ କୁମାର ପାଢି , ଅଶ୍ମୀନୀ କୁମାର ପାଢି , ଭାଗବତ ପାଢିସଦଗତି କାମନା କରାଯାଇଥିଲା । ସଭାପତି ରମେଶଚନ୍ଦ୍ର ପାଢି , ସମ୍ପାଦକ ପ୍ରଫୁଲ , ସୁରେଶ ଚନ୍ଦ୍ର ସାହୁ, ଅନୀତା କୁମାରୀ ଅଧିକାରୀ , ଗୀତାଞ୍ଜଳି ଦାସ ପ୍ରମୁଖ ସଭ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ