ଓଡ଼ିଶା ମାଇନୋରିଟି ଆଡଭୋକେଟ ଆସୋସିଏସନ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ମାଇନୋରିଟି ଆଡଭୋକେଟ ଆସୋସିଏସନ, ବାଲେଶ୍ୱର ଶାଖାର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସାଧାରଣ ସମ୍ପାଦକ ଆଇନଜୀବୀ ମହମ୍ମଦ ଇସଲାମ ଏଥିରେ ପୌରୋହିତ୍ୟ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୧ ମସିହା ଅଗଷ୍ଟ ମାସ ଅଗଷ୍ଟ ମାସରେ ଏହି ଆସୋସିଏସନ ଗଠିତ ହୋଇଥିବା ବେଳେ ସମ୍ପ୍ରତି ରାଜ୍ୟର ୧୯ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ସେ କହିଛନ୍ତି । ସଂଗଠନର ରାଜ୍ୟ ସଭାପତି ଜିଆ ଉଲା ଏଥିରେ ଯୋଗଦେଇ ସଂଖ୍ୟାଲଘୁ ବର୍ଗର ଆଇନଜୀବୀଙ୍କ ମଧ୍ୟରେ ଐକ୍ୟ ଭାବନା ସୃଷ୍ଟି ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମାଧାନକୁ ଏହି ଆସୋସିଏସନ ଅଧିକ ଗୁରୁତ୍ୱ ଦେବ ବୋଲି କହିଥିଲେ । ଅନ୍ୟପକ୍ଷରେ ଅର୍ଥାଭାବରୁ ମାମଲା ପରିଚାଳନା କରିପାରୁ ନଥିବା ବ୍ୟକ୍ତିଙ୍କୁ ଆଇନ ସେବା ପ୍ରଦାନ ପାଇଁ ସଙ୍ଗଠନ ସହଯୋଗ କରିବ ବୋଲି ସଭାପତି ଜିଆ ଉଲା କହିଥିଲେ । ଏହି ଅବସରରେ ଆସୋସିଲସନର ଏକ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର କାର୍ଯ୍ୟକାରୀ ସଭାପତି ହାଜି ଶେଖ ଅବଦୁଲ ଇସ୍ତାର, ଶେଖ ହାଜିରୁଦ୍ଦିନ, ଶେଖ ଜୁଲଫୁକାର, ସୋହନା ପରିବିନ, ମୀର ଅବଦୁଲ ମଜିଦଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ