ଜିଲ୍ଲାରେ ସର୍ବମୋଟ ୧୦ହଜାର ୫୮୭ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବମୋଟ ୧୦ହଜାର ୫୮୭ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ସେଥିମଧ୍ୟରୁ ୮ହଜାର ୧୬୬ ୱାର୍ଡସଭ୍ୟ, ୧୨୮୫ ସରପଞ୍ଚ, ୯୯୪ ସମିତି ସଭ୍ୟ ଏବଂ ୧୪୨ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପଦରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଞ୍ଚ ପରେ ୯୩ଟି ୱାର୍ଡସଭ୍ୟ, ୨୯ଟି ସରପଞ୍ଚ, ୮ଟି ସମତିସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ସଭ୍ୟ ପଦରେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନାକଚ ହୋଇଥିଲା । ଜିଲ୍ଲାର ୬୯୩ଜଣ ୱାର୍ଡସଭ୍ୟ,୨୨୯ଜଣ ସରପଞ୍ଚ, ୧୧୪ଜଣ ସମିତିସଭ୍ୟ ଓ ୮ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜିଲ୍ଲାର ୭ହଜାର ୩୮୦ୱାର୍ଡସଭ୍ୟ,୧୦୨୭ଜଣ ସରପଞ୍ଚ, ୮୭୨ଜଣ ସମିତିସଭ୍ୟ ଓ ୧୩୧ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ