ସଖୀବଟ ପାଇଁ ନିରଞ୍ଜନ ବାବୁ ଅମର ହୋଇଗଲେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ନିରବାବୁ ଥିଲେ ସଖୀବଟର ବାଇମୁଣ୍ଡି । ତାଙ୍କର ନିଷ୍ଟାପର ଉଦ୍ୟମ ଯୋଗୁଁ ସଖୀବଟ ଏକ ମଠରୁ ଏକ କ୍ଷେତ୍ରରୂପେ ପ୍ରସିଦ୍ଧି ଲାଭ କରିବା ସଙ୍ଗେ ସଙ୍ଗେ ଓଡିଶା ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରିଛି । ସଖୀବଟର ଆଧ୍ୟାତ୍ମିକ ଓ କାୟିକ ବିକାଶ ନିମନ୍ତେ ନିର ବାବୁଙ୍କ ଅତୁଳନୀୟ ଅବଦାନ ନିମନ୍ତେ ସେ ସବୁଦିନ ପାଇଁ ଜନମାନସରେ ସ୍ମରଣ ରହିବେ ବୋଲି ଗୁପ୍ତକ୍ଷେତ୍ର ସଖୀବଟର ପ୍ରାକୃତିକ ପରିବେଶ ମଧ୍ୟରେ ବରିଷ୍ଠ ପ୍ରଶାସକ ତଥା ସମାଜସେବୀ ସ୍ୱର୍ଗତ ନିରଞ୍ଜନ ସାହୁଙ୍କ ଦ୍ୱାଦଶାହ ଉପଲକ୍ଷେ ଆୟୋଜିତ ସ୍ମରଣିକା ଉନ୍ମୋଚନ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରିଛନ୍ତି । ଜିଲା ବିକାଶ ସାମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତା ଓ ଆଦିକନ୍ଦ ରାଉଳଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଗରାପୁର ଶିବାନନ୍ଦ ଆଶ୍ରମର ମୁଖ୍ୟା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ସ୍ୱର୍ଗତ ସାହୁଙ୍କ ଉଦ୍ଦେଶ୍ୟରେ ଆଦିକନ୍ଦ ରାଉଳଙ୍କ ଦ୍ୱାରା ସମ୍ପାଦିତ ଓ ପ୍ରତାପ ନାୟକଙ୍କ ଦ୍ୱାରା ପ୍ରକାଶିତ ସ୍ମରଣିକା ‘ସଖୀବଟ ସଖା’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ବିଶିଷ୍ଠ ସମାଜସେବୀ ଭଜକୃଷ୍ଣ ରାଉତ, ଫକୀରଚରଣ ଖଟୁଆ, ସମାଜସେବୀ ଇଂ ଭଗବାନ ବିଶ୍ୱାଳ, ପ୍ରମୋଦ କୁମାର ରଥ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ରାଉତ, ବ୍ରଜକିଶୋର ବିଶ୍ୱାଳ, ସ୍ୱାମୀ ଅଭୟାନନ୍ଦ ସରସ୍ୱତୀ ପ୍ରମୁଖ ଅତିଥିଙ୍କ ସମେତ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ଚିତ୍ତରଞ୍ଜନ ଦାସ, ମେଜର ଭରତ ଚନ୍ଦ୍ର ଜେନା, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, କବି ନବଜ୍ୟୋତି ରାୟ, ନାଟ୍ୟକାର କୈଳାସ ମଲ୍ଲିକ, ଫକିର ଓଝା, ଅବଧୂତ ରାଉତ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଅଶୋକ ସାହୁ, ଶୈଳଜା ଶଙ୍କର ସାମଲ, ପଣ୍ଡିତ ପ୍ରତାପ ପତି, ଶ୍ରୀଚରଣ ସାମଲ, ବିଜୟ ନାୟକ, ଲକ୍ଷ୍ମୀପ୍ରିୟା ମାଇତି, ଶ୍ରୀଧର ଭୋଳ, ଦିଲ୍ଲିପ କୁମାର ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ପ୍ରତି ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗରୁ ଯୁଗ୍ମ ସଚିବ ଭାବେ ଅବସର ନେଇଥିବା ସ୍ୱର୍ଗତ ସାହୁ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ଥିବା ବେଳେ ଜଣେ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜ୍ଜନ କରିଥିଲେ । ଏଥିସହିତ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠା ଓ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଶେଷକରି ଲୁଣାନଦୀ ବନ୍ଧ ସୁରକ୍ଷା ମଞ୍ଚର ସଭାପତି ରୂପେ ନଦୀବନ୍ଧର ଦୃଢୀକରଣ କାର୍ଯ୍ୟର ପ୍ରଛଦପଟ୍ଟରେ ତାଙ୍କର ଭୂମିକା ଆଜି ଲୁଣାନଦୀ ଉତ୍ତରପାଶ୍ୱର୍ ଅଞ୍ଚଳର ଜନତାଙ୍କୁ ବନ୍ୟାଭୟ ମୁକ୍ତ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସ୍ୱର୍ଗତ ସାହୁଙ୍କ ଜ୍ୟେଷ୍ଠପୁତ୍ର ଯାତ୍ରା ନିର୍ଦେଶକ ଦିଲ୍ଲିପ ସାହୁ କୃତଜ୍ଞତା ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ