ନିର୍ବାଚନ ପ୍ରଚାରରେ କଂଗ୍ରେସ ଦଳ ଆଗରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ଅଞ୍ଚଳ । ଏହି ବ୍ଲକରେ ୩୯ଟି ଗ୍ରାମ ପଞ୍ଚାୟତକୁ ନେଇଗଠିତଏହିବ୍ଲକରେ ୩ଟି ଜିଲ୍ଲାପରିଷଦ ଆସନରହିଛି । ମୋହନା ବ୍ଲକର ଅଡବା ଯୋନ ୮ନମ୍ୱର ହୋଇଥିବା ବେଳେ, ମୋହନା ଯୋନ-୯ନମ୍ବର ହେବା ସହ ଚନ୍ଦ୍ରଗିରି ଯୋନ-୧୦ନମ୍ବର ନାମରେ ନାମିତ ହୋଇଛି । ଏହି ତିନିଟି ଯୋନ ରେ ପ୍ରଚାରରେ କଂଗ୍ରେସ ଦଳର କର୍ମୀ ଏବଂ ନେତା ଡୋର ଟୁ ଡୋର ପ୍ରଚାର ଆରମ୍ଭ କରି ଆଗୁଆ ଥିବା ବେଳେ ବିଜେଡି ଦଳ ପ୍ରଚାରରେ ଦଳ ର ନେତାଙ୍କୁ ବିଶ୍ୱାସକୁ ନ ନେଇ ପାର୍ଥି ମାନେ ଏକୁଟିଆ ଗାଁ ଗାଁ ବୁଲିବା ଆରମ୍ଭ କରି ପ୍ରଚାର କରୁଛନ୍ତି । ସେହିପରି କଂଗ୍ରେସ ଦଳର ପାର୍ଥି ମାନେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ମୋହାନର ୩ଟି ଯାକ ଜୋନରେ କଂଗ୍ରେସ ପାର୍ଥିଙ୍କୁ ବିଜୟ କରାଇବା ପାଇଁ ଜୋରସୋରରେ ପ୍ରଚାର ଜାରି ରଖିଛନ୍ତି ଅଡବା ଯୋନ କଂଗ୍ରେସ ର ଗଡ଼ ହୋଇଥିବାରୁ ଅନ୍ୟ ଦଳ ମାନେ କିପରି ସେହି ଯୋନ ଅକ୍ତିଆର କରିବେ ଏବେ ଠାରୁ ରଣ କୌଶଳ ଆରମ୍ଭ କରିଥିବା ଜଣାପଡ଼ିଛି । ବିଜେପି ଦଳର କର୍ମୀ, ନେତା, ଏବଂ ତାଙ୍କ ଛାମୁଆ ସଂଗଠନ ମୋହନା ବ୍ଲକର ତିନିଟି ଯୋନ ରେ ଗାଁ ଗାଁ ବୁଲି ଦିନ ରାତ୍ର ଲୋକଙ୍କୁ ଡାକି ବୈଠକ କରି ଜନମତ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି ବିଜେଡି ଦଳର ବହୁ ପୁରୁଖା ନେତା ପଞ୍ଚାୟତ ନିର୍ବାଚନରେ ପାର୍ଥି ହୋଇଥିବାରୁ ଜିଲାପରିଷଦ ପାର୍ଥିଙ୍କ ନିମନ୍ତେ ପ୍ରଚାର ଅଭିଯାନରେ ସାମିଲ ହେବାକୁ ପଛଘୁଞ୍ଚା ହେଉଥିବା ଶୁଣିବାକୁ ମିଳୁଛି । ବିଜେଡି ଦଳରେ ଗୋଷ୍ଟି କନ୍ଦଳ ଜେତେ ଶୀଘ୍ର ସମାଧାନ ହେବ ତେବେ ଯାଇ ପ୍ରଚାର ଜୋରଦାର ହେବ ବୋଲି ଶୁଣିବାକୁ ମିଳୁଛି । ସ୍ଥାନୀୟ ସାଂସଦଚନ୍ଦ୍ର ଶେଖର ସାହୁ ଙ୍କସମେତ ଜିଲ୍ଲାର ନେତା ମାନେ ମିଳିତ ହୋଇ ସ୍ଥାନୀୟ କର୍ମୀଙ୍କୁ ଏକ କରି ପ୍ରଚାର କଲେ ହିଁ ବିଜେଡି ଦଳ ମୋହନା ବ୍ଲକ ଦଖଲ ହେବ ବୋଲି ଚର୍ଚ୍ଚା ଚାଲିଛି । ଆଗାମୀ ଦିନରେ ମୋହନା ବ୍ଲକର ୩ଟିଯାକ ଜୋନ କେଉଁ ଦଳ ହାତେଇବଦେଖିବାକୁ ବାକି ରହିଲା l