ଇଣ୍ଡିଆନ ବ୍ୟାଙ୍କ ମଣ୍ଡଳ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା 

ଛତ୍ରପୁର, (ଦେବଦତ୍ତ ମହାରଣା) :-ରାଜ୍ୟ ସରକାର ସର୍ବଦା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରୁଛନ୍ତି । ଫଳରେ ସେମାନେ ପରିବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାରର ବ୍ୟବସାୟ କରି ଆର୍ଥିକ ସ୍ୱବଲମ୍ବୀ ହୋଇପାରୁଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସ୍ଥିତ ଜିଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଇଣ୍ଡିଆନ ବ୍ୟାଙ୍କ ମଣ୍ଡଳ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟାକ୍ରମରେ ମୂଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ସର୍ବଦା କିପରି ମହିଳା ସଂଘ ର ସଦସ୍ୟମାନେ ସ୍ୱବଲମ୍ବୀ ହେବାସହ ସେମାନଙ୍କୁ କିପରି ଅତି ସହଜରେ ବ୍ୟାଙ୍କ ଋଣ ମିଳିବ ସେନେଇ ଅଧିକ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ ଥିବା ବିଭିନ୍ନ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ବର୍ଷରେ ୭୫୪ଟି ମହିଳା ସ୍ୱଂୟ ଗୋଷ୍ଠୀକୁ ୧୬ କୋଟି ୮୭ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା କୁହାଯାଇଛି । ଆଜି ଅନୁଷ୍ଠିତ ଋଣ ମେଳାରେ ୧୦୭ ଟି ମହିଳା ସ୍ୱଂୟ ଗୋଷ୍ଠୀକୁ ୩ କୋଟି ୧୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅଚଂଳ ପ୍ରବନ୍ଧକ ଜି.ଜୟପାଣ୍ଡିଆନ୍‌, ଉପଅଚଂଳ ପ୍ରବନ୍ଧକ ହୃଦାନନ୍ଦ ଦାସ,ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ନନ୍ଦ, ଛତ୍ରପୁର ବ୍ୟାଙ୍କ ପ୍ରବନ୍ଧକ ସାନ୍ତୁନ ବେହେରା, ଗୋପାଳପୁର ପୋର୍ଟ ପ୍ରବନ୍ଧକ ବିଭେକ କୁମାର, ଗୋପାଳପୁର ବ୍ୟାଙ୍କ ପ୍ରବନ୍ଧକ ସସ୍ମିତା ପ୍ରଧାନ, ଛତ୍ରପୁର ବ୍ଲକ ବିପିଏମ ମାନିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମି ଦିନରେ ଆହୁରି ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ