ଓକେସିଏଲ ର ଜିଲ୍ଲା ସ୍ତରୀୟ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷିତ ଯୁବ ସମାଜକୁ ଉପଯୁକ୍ତ ଓ ଯୁଗୋପଯୋଗୀ ବୈଷୟିକ ଜ୍ଞାନ କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରି ସ୍ୱାବଲମ୍ବୀ କରିବା ଓକେସିଏଲର ଲକ୍ଷ୍ୟ ଓ ସମସ୍ତ ଅଧିକୃତ କେନ୍ଦ୍ର ଗୁଡିକ ସେ ଦିଗରେ ଉଦ୍ୟମ କରିବା ପାଇଁ ଓକେସିଏଲର ମୂଖ୍ୟ ଡକ୍ଟର ମନୋରଞ୍ଜନ ପୁଥଳ ଆହ୍ୱାନ ଦେଇଛନ୍ତି । ଛତ୍ରପୁର ସ୍ଥିତ ରୋଟାରୀ କ୍ଲବ ପରିସରରେ ଆୟୋଜିତ ଅଧିକୃତ କେନ୍ଦ୍ରମାନଙ୍କ ବୈଠକରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ପୁଥଳ ଉପରୋକ୍ତ ଆହ୍ୱାନ ଦେବା ସହ ଓକେସିଏଲ ପକ୍ଷରୁ ଆଗାମୀ ଦିନରେ ଅଣାଯାଉଥିବା ବିଭିନ୍ନ ବିଶ୍ଵ ବିଦ୍ୟାଳୟ ସ୍ବୀକୃତ କମ୍ପ୍ୟୁଟର ପାଠ୍ୟକ୍ରମ ଗୁଡିକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଓକେସିଏଲର ଗଞ୍ଜାମ ଜିଲ୍ଲା ମୂଖ୍ୟ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଉନ୍ନତ ପ୍ରଦର୍ଶନ ପାଇଁ ଦିଗପହଣ୍ଡି ର ଆଡଭାନ୍ସ କମ୍ପ୍ୟୁଟରକୁ ପ୍ରଥମ, ଚିକିଟି ପେଣ୍ଠ ସ୍ଥିତ ହ୍ୟାପି ୱାର୍ଲଡକୁ ୨ୟ ଓ ଶେରଗଡର କେନସଫ୍ଟ କମ୍ପ୍ୟୁଟରକୁ ୩ୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବେଗୁନିଆପଡା ର ଓସିଏ କୁ ପଦାର୍ପଣ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନୀତ କରା ଯାଇଥିଲା । ଗଞ୍ଜାମ ଓ ଗଜପତିର ୫୨ ଟି ଅଧିକୃତ ଓକେସିଏଲର କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ