ସାଧାରଣତନ୍ତ୍ର ଦିବସରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଘଟଣା : ବୁଦ୍ଧିଜୀବୀ ମହଲରେ ନିନ୍ଦା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଏନଏସି କାର୍ଯ୍ୟାଳୟ ଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତ ଘଟଣା ଜାତୀୟ ପତାକା ପ୍ରତି ଅସମ୍ମାନ ପ୍ରଦର୍ଶନ ବୋଲି ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ବିଭାଗୀୟ ତଦନ୍ତ ଦାବି ହେଉଛି । ଖବରରୁ ପ୍ରକାଶ ଯେ କୋଣାର୍କ ଅଂଚଳର ସମସ୍ତ କାର୍ଯ୍ୟାଳୟ ଠାରେ କାର୍ଯ୍ୟାରତ ଅଧିକାରୀ ମାନେ ଉପସ୍ଥିତ ରହି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମାତ୍ର କୋଣାର୍କ ଏନଏସି ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଏହି ଦିବସରେ ଅନୁପସ୍ଥିତ ରହିବା ନେଇ କୋଣାର୍କ ଏନଏସିର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଜାତୀୟ ଦିବସରେ ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଅନୁପସ୍ଥିତ ରହିବା ଘଟଣାକୁ କୋଣାର୍କ ଅଂଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଏହା ଜାତୀୟ ପତାକା ଓ ସମ୍ବିଧାନ ପ୍ରତି ଅସମ୍ମାନ ପ୍ରଦର୍ଶନ ନୀତି ବୋଲି ମତବ୍ୟକ୍ତ କରାଯାଇଛି । ଦେଶର ଜାତୀୟ ଦିବସରେ ଏନଏସି କାର୍ଯ୍ୟାଳୟର ମୁଖ୍ୟ ଅନୁପସ୍ଥିତ ରହିବା ଘଟଣାରେ ପୁରୀ ଜିଲ୍ଲାପାଳ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ତଦନ୍ତ କରି ଜାତୀୟ ପତାକା ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ଓ ଏହି ଦିବସରେ ଅନୁପସ୍ଥିତ ରହିଥିବା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଦାବି କରାଯାଇଛି। ଏଠାରେ ପ୍ରକାଶ ଥାଉ କି ଏହି ଅଧିକାରୀ ଜଣକ ସରକାରୀ ନିର୍ଧାରିତ ସମୟ ଠାରୁ ୨ଘଣ୍ଟା ବିଳମ୍ବରେ କାର୍ଯ୍ୟାଳୟ ଆସିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବରମାନ ପ୍ରକାଶ ପାଇଥିଲା । ମାତ୍ର ଏ ଦିଗରେ ନଗର ଉନ୍ନୟନ ବିଭାଗ କିମ୍ବା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ ନ ହେବା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦିବସରେ ଅନୁପସ୍ଥିତ ରହିଲେ ବୋଲି କୋଣାର୍କ ଅଂଚଳର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ଗୁରୁତର ଭାବେ ବିଚାର କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମହାମହିମ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ମନ୍ତ୍ରୀ, ନଗର ଉନ୍ନୟନ ବିଭାଗ ସଚିବ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଜାତୀୟ ଦିବସରେ ଅନୁପସ୍ଥିତ ଥିବା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋଣାର୍କ ଅଂଚଳର ଜନସାଧାରଣ, ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଦୃଢ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ