ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗାଙ୍ଗପୁର ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇସାରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଲେଣି I ଏହି ପ୍ରରିପ୍ରେକ୍ଷୀରେ ଆଜି ଗାଙ୍ଗପୁର ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ ରାଜନୀତିରେ ଗୁରୁତ୍ୱ ରଖୁଥିବା ଗାଙ୍ଗପୁର ଏବଂ ପାଇଲିପଡ଼ା ପଂଚାୟତ ସମେତ ଥାନା ଅଧୀନସ୍ଥ ଅନ୍ୟ କିଛି ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି I ଆଜି ଅପରାହ୍ଣରେ ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ନେତୃତ୍ୱରେ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ,ସୁକାନ୍ତ ପ୍ରଧାନ,ହାବିଲଦାର,କନେଷ୍ଟବଳ ଏବଂ ଓଏସପି ବାହିନୀ ଗାଙ୍ଗପୁର ବଜାର ସମେତ ପାଇଲିପଡ଼ା ପଂଚାୟତର ପାଇଲିପଡା,ବାରଟା, ଧାନପୁଞ୍ଜା,କଣ୍ଟାସାହି ,ଉସ୍ତପଲ୍ଲୀ, କେ. ନୂଆଁଗଡ଼ ସମେତ ଏହି ଥାନା ଅନ୍ତର୍ଗତ ଖୂକୂଣ୍ଡିଆ,ବାଙ୍ଗରଡା,ନିମିନା,କେନ୍ଦୁପଦର ପ୍ରଭୃତି ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଶୃଙ୍ଖଳିତ ଆଚରଣ କରିବା ପାଇଁ ପରାମର୍ଶ ଦେଇଥିଲେ I ନିର୍ବାଚନକୁ ଆଉ କମ୍ ଦିନ ବାକି ଥିବା ବେଳେ ଏହିଭଳି ସମୟରେ ହିଂସାତ୍ମକ କାର୍ଯ୍ୟ, ମଦ ଏବଂ ଅଯଥା ଗଣ୍ଡଗୋଳ ଠାରୁ ଦୂରେଇ ରହିବା ସହ କୋଭିଡ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିଥିଲେ I ଏହା ସହ ନିର୍ବାଚନରେ ଶୃଙ୍ଖଳା ଭଙ୍ଗ କରୁ୍ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ତାଗିଦ୍ କରିଥିଲେ I ଆଗକୁ ଏହିଭଳି ସଚେତନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ଗମାଙ୍ଗ ପ୍ରକାଶ କରିଛନ୍ତି I


