ଗଂଜାମ ବ୍ଲକରେ ପ୍ରଥମ ନିର୍ବଚନୀ ହିଂସା : ଉଦ୍ଧାର କଲା ପୋଲିସ

ଗଂଜାମ, (ବିନୋଦ ପଲାଇ) :-ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ଉତେଜନା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଗଂଜାମ ବ୍ଲକରେ ପ୍ରଥମ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜୈନୀକ ସରପଞ୍ଚ ସମର୍ଥକ ତଥା ବିଜେପି ସମର୍ଥକକୁ ରାତିରେ ଘରୁ ଅପହରଣ କରି ନିର୍ଧୁମ ଛେଚିଥିବା ବେଳେ ଉଦ୍ଧାର କରିଛି ପୋଲିସ । ଅପହରଣକାରୀ ଫେରାର ହୋଇଯାଇଛନ୍ତି । ଏହିଭଳି ଘଟଣା ଘଟିଛି ରମ୍ଭା ଥାନାର ସାନରାମଚନ୍ଦ୍ରପୁର ପଞ୍ଚାୟତରେ । ଗଂଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପାର୍ଥୀ ଦଣ୍ଡପାଣି ବେହେରାଙ୍କୁ ବିଜେପି ସମର୍ଥକ ଜୟ କୃଷ୍ଣ ବେହେରା ସମର୍ଥନ କରିବା ସହ ତାଙ୍କ ପାଇଁ ପ୍ରଚାର କରୁଥିଲେ । ଜୟକୃଷ୍ଣ ରମ୍ଭା ସହରର ଲକ୍ଷ୍ମୀବାଦୀ ସାହିରେ ରହୁଥିବା ବେଳେ ମଧୁରଛୁଆଁ ଗ୍ରାମର ସାନସାହିର ଦୁଇ ଭାଇ ସୁନୀଲ ବେହେରା ଓ ଅନୀଲ ବେହେରା ଗତ କାଲି ରାତ୍ରିରେ ଆସି ଗ୍ରାମରେ ବୈଠକ ହେଉଛି ଆସ କହି ଜୟକୃଷ୍ଣକୁ ଘରୁ ଡାକି ନେଇ ଏକ ବାଇକରେ ବସାଇ ଦ୍ରୁତ ଗତିରେ ମଧୁରଛୁଆଁ ଗ୍ରାମକୁ ନ ନେଇ କଣ୍ଟାପଡା ରାସ୍ତାରେ ନେଇଯାଇଥିଲେ । ସେଠାରେ ଏକ ଅନ୍ଧାରିଆ ସ୍ଥାନରେ ନିର୍ଧୁମ ଛେଚିବା ସହ ସରପଞ୍ଚ ଦଣ୍ଡପାଣିଙ୍କ ପାଇଁ ପ୍ରଚାର ଜୀବନରେ ମାରିଦେବୁବୋଲି ଧମକ ଦେଇଥିଲେ। । ଏହି ସମୟରେ ଉକ୍ତ ରାସ୍ତା ଦେଇ ଦୁଇ ଜଣ ଯୁବକ ବାଇକରେ ଯାଉଥିବା ଦେଖ ଜୟକୃଷ୍ଣ ପାଟିକରିବାରୁ ବାଇକ ଵାଲା ଅଟକି ଯାଇଥିଲେ । ଏହା ଦେଖି ଦୁର୍ବୁତ୍ତ ଅପହରଣ ଦୁଇ ଭାଇ ସେମାଙ୍କୁ ଏଠାରୁ ପଳାଇ ଯାଅ ,ଆମ ଗାଁ କଥାରେ ମୁଣ୍ଡ ଖେଳାଓ ନୀ ବୋଲି କହି ଧମକ ଦେଉଥିବା ବେଳେ ସେଠାରୁ ଜୟକୃଷ୍ଣ କୌଶଳ କ୍ରମେ ଖସିପଳାଇବାକୁ ସକ୍ଷମ ହୋଇଥିଲା। ପରେ ଦୁଇ ଭାଇ ଜୟକୃଷ୍ଣ ଖୋଜିଥିଲେ ମଧ୍ୟ ନ ପାଇବାରୁ ଜୀବନରେ ମାରିଦେବୁ ବୋଲି ପାଟିକରି ଚାଲିଯାଇଥିଲେ । ସେମାନେ ପଳାଇଲା ପରେ ଜିବନ ଭୟରେ ଲୁଚିଥିବା ଜୟକୃଷ୍ଣ ହେଚ. ବୁରୁଡ଼ି ନିକଟ ରେଳଗେଟ ନିକଟକୁ ଆସି ସେଠାରେ ଥିବା ଜୈନୀକ ବ୍ୟକ୍ତିକୁ ମୋବାଇଲ ମାଗି ଭାଇକୁ ଫୋନ କରିଥିଲା । ଅନ୍ୟପଟେ ସ୍ୱାମୀ ବହୁସମୟ ଧରି ନ ଆସିବାରୁ ଜୟଙ୍କ ସ୍ତ୍ରୀ ଗାଁଲୋକଙ୍କୁ ଏ ସମ୍ପର୍କରେ କହିବାସହ ରମ୍ଭା ପୋଲିସକୁ ଜଣାଇଥିଲେ । ଏହି ଖବର ପାଇବା ପରେ ରମ୍ଭା ଆଇଆଇସି ଦୀପ୍ତି ରଂଜନ ବେହେରା ଏକ ଟିମ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଥିବା ବେଳେ , ଗ୍ରାମ ବାସୀ ମଧ୍ୟ ଖୋଜାଖୋଜି ଆରମ୍ବ କରିଦେଇଥିଲେ। ପରେ ଜୟଙ୍କ ଫୋନ ଆସିବା ପରେ ଆଇଆଇସି ବେହେରା ଉକ୍ତ ସ୍ଥାନକୁ ଯାଇ ଉଦ୍ଧାର କରିଥିଲେ । ପରେ ଜୟକୃଷ୍ଣ ରମ୍ଭା ଥାନାରେ ଅପହରଣକାରୀ ଦୁଇ ଭାଇ ସୁନଲ ଓ ଅନୀଲ ବେହେରାଙ୍କ ନାମରେ ଏତଲା ଦେଇଥିଲେ । ଏନେଇ ରମ୍ଭା ଆଇଆଇସି ଦିପ୍ତୀରଂଜନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ କେଶ ନମ୍ବର ୪୧/୨୨ ମକଦ୍ଦମା ରୁଜୁ କରାଯାଇଥିବା କହିବା ସହ ଅପହରଣକାରୀ ଦୁଇ ଭାଇ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ଥିବା କହିଛନ୍ତି । ସୂଚନାଯୋଗ୍ୟ, ଅପହରଣ କାରୀ ଦୁଇ ଭାଇଙ୍କ ନାମରେ ବିଭିନ୍ନ ଫୌଜଦାରୀ ମାମଲା ଥିବା ବେଳେ କାହାର ସୁପାରିଶରେ ଏହିଭଳିକାଣ୍ଡ ଘଟାଇଲେ ,ଏହାର ତଦନ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ