କୋର୍ଟ ନିର୍ଦ୍ଦେଶ ପାଳନ ପାଇଁ ‘ଚାମିନାର ଏଜବେଷ୍ଟସ ଶ୍ରମିକ ସଂଘ’କୁ ନିବେଦନ

ବାଲେଶ୍ୱର, (ସରୋଜ ପଣ୍ଡା) :-ସାଧାରଣତନ୍ତ୍ର ଦିବସ ଅବସରରେ ‘ଚାମିନାର ଏଜବେଷ୍ଟସ’ ଶ୍ରମିକ ସଂଘର ଉପ-ସଭାପତି ଗୋବର୍ଦ୍ଧନ ପାତ୍ର ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ତେବେ ସଂଘକୁ ନେଇ ହୋଇଥିବା ମାମଲାରେ ସିଭିଲ କୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ପାତ୍ର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ କୁପରମର୍ଶରେ ପଡ଼ି ବିନା ନିର୍ବାଚନରେ ସଂଘର କର୍ମକର୍ତ୍ତା ବା କାର୍ଯ୍ୟକାରିଣୀ ସଦସ୍ୟ କୌଣସି ବିବାଦୀୟ ନିଷ୍ପତ୍ତି ନ ନେବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ