ମାନ୍ୟବର ବିଧାୟକ ପ୍ରଚାର ମଙ୍ଗ ଧରିଲେ

ଜଗତସିଂହପୁର, (ଅନସୂୟା ରାଉତ) :-ଆଗାମୀ ପଞ୍ଚାୟତ ନିର୍ବାଚନ ଆଉ କେଇଟା ଦିନ ପରେ ଆରମ୍ଭ ହେବ। ଜଗତସିଂହପୁର ଜିଲ୍ଲାର ଆଠ ଗୋଟି ବ୍ଲକ୍ ଚାରି ଗୋଟି ନିର୍ବାଚନ ମଣ୍ଡଳୀର ଆଶାୟି ପ୍ରାର୍ଥୀ ଏବେ ଭୋଟର ମାନଙ୍କ ହୃଦଯ ଜିଣିବାକୁ ଘର ଘର ବୁଲୁଛନ୍ତି । ଜିଲ୍ଲାର ମୋଟ ପଞ୍ଚାୟତ ସଂଖ୍ୟା ୧୯୮ଅଟେ । ୱାର୍ଡ ସଂଖ୍ୟା ୩୩୬୪ଅଟେ। ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଶାସକ ଦଳର ସ୍ୱାଭିମାନ ବଜାୟ ରଖିବା ପାଇଁ ଦିନ ଓ ରାତିକୁ ଭୁଲିଯାଇ ନିଜର ସମସ୍ତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏବେ ଜଗତସିଂହପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ମୁଦୁଲିଙ୍କ ଉଦ୍ୟମ ବିରୋଧୀଙ୍କ ମନରେ ଛନକା ସୃଷ୍ଟି କରୁଥିବାର କଥା ସବୁଠାରେ ଚର୍ଚ୍ଚିତ ଖବର ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ