ନୂତନ ଧାନମଣ୍ଡି ଖୋଲିଲା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପ୍ରାଥମିକ ସେବା କୃଷି ସମବାୟ ସମିତିରେ ଗୁରୁବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ମଣ୍ଡିକୁ ବ୍ଳକ ଯୋଗାଣ ନିରୀକ୍ଷକ ଅମୀୟ ରଂଜନ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ମଣ୍ଡି ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର କୁଂଇଟାଲ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନରେ ୧୫ ଜଣ ଚାଷୀଙ୍କ ଠାରୁ ୩୨୦ କୁଂଇଟାଲ ଧାନ ସଂଗ୍ରହ କରାଯାଇଥିଲା । ମିଲର ଭାବେ ସମ୍ବଲପୁରର ଓମ୍ ସାଇ ଫୁଡ ପ୍ରଡକ୍ଟ ଓ ଶାନ୍ତି ରାଇସ ମିଲକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁରର ଏସ୍‌ସିଏଆରସିଏସ ଶିବପ୍ରସାଦ ମହାନ୍ତି, ଧାନ କ୍ରୟ କମିଟିର ସଦସ୍ୟ ଅନୁପ କୁମାର ମହାନ୍ତି, ଉମେଶ ସ୍ୱାଇଁ, ଅନିଲ କୁମାର ଲେଙ୍କା, ବିଷ୍ଣୁଚରଣ ପାତ୍ର, କୃଷ୍ଣଚନ୍ଦ୍ର ନାୟକ ଆଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂପାଦକ ଜ୍ୟୋତି ପ୍ରକାଶ ଲେଙ୍କା, ଡିଇଓ ବିରଂଚି କୁମାର ପରିଡା, ଅଜୟ ସ୍ୱାଇଁ ପ୍ରମୁଖ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ