୧୬ନଂ.ଜୋନ୍‌ରେ ବିଜେଡିର ନିର୍ବାଚନୀ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ କେନ୍ଦୁଆପଦା ଠାରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ଯୋଗ ଦେଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଓ ଦଳୀୟ ସମର୍ଥୀତ ସମସ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବା ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏଥିରେ ୧୬ନଂ.ଜୋନ୍ ଜିଲା ପରିଷଦ ପ୍ରାର୍ଥିନୀ ମୁନି ମୁଣ୍ଡା, ଜିଲା ପରିଷଦ ସଭ୍ୟ ରବିନ୍ଦ୍ର ଦାସ, ହୃଷିକେଶ ପାତ୍ର, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଯୁବ ନେତା ପ୍ରଦୀପ୍ତ ସାମଲଙ୍କ ସମେତ ତୋଡଗାଁର ସରପଞ୍ଚ ପ୍ରାର୍ଥୀ ଅଞ୍ଜନ ମହାନ୍ତି, ସମିତିସଭ୍ୟ ପ୍ରାର୍ଥିନୀ ଗୀତାରାଣୀ ଦାସ, କେନ୍ଦୁଆପଦାର ସରପଞ୍ଚ ପ୍ରାର୍ଥୀ ବିଜୟ କୁମାର ଖଟୁଆ, ସମିତି ସଭ୍ୟ ପ୍ରାର୍ଥିନୀ ପ୍ରଗତିବାଳା ସ୍ୱାଇଁ, ଗୋବିନ୍ଦପୁରର ସରପଞ୍ଚ ପ୍ରାର୍ଥିନୀ ତିଳୋତ୍ତମା ବାରିକ, ସମିତିସଭ୍ୟ ପ୍ରାର୍ଥିନୀ ଶୁଭଶ୍ରୀ ଶୁଭସ୍ମିତା ବାରିକ, ସେଣ୍ଢତୀରାର ସରପଞ୍ଚ ପ୍ରାର୍ଥୀ ପ୍ରଶାନ୍ତ ଦାସ, ସମିତିସଭ୍ୟ ପ୍ରାର୍ଥୀ ପ୍ରଶାନ୍ତ ସାମଲ, ନିଳୋକର ସରପଞ୍ଚ ପ୍ରାର୍ଥିନୀ ରଜନୀ ସେଠୀ, ସମିତିସଭ୍ୟ ପ୍ରାର୍ଥୀ ମୀନକେତନ ଜେନା, ପଧାନପଡାର ସରପଞ୍ଚ ପ୍ରାର୍ଥୀ ଗଜେନ୍ଦ୍ର ସେଠୀ, ସମିତିସଭ୍ୟ ପ୍ରାର୍ଥିନୀ ଖତିଜୁଲ ନେସା, ରାମପୁରର ସରପଞ୍ଚ ପ୍ରାର୍ଥୀ ଗିରିଧାରୀ ସାହୁ, ସମିତିସଭ୍ୟ ପ୍ରାର୍ଥିନୀ କୁନି ମୁଣ୍ଡା, ରାମକୃଷ୍ଣପୁରର ସରପଞ୍ଚ ପ୍ରାର୍ଥିନୀ ହିରେନ୍ଦ୍ର ଖିଲାର, ସମିତି ସଭ୍ୟ ପ୍ରାର୍ଥିନୀ ଜେମାମଣି ସେଠୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ